ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ-ମାଓ ଗୁଳି ବିନିମୟ, ରାତିରୁ ଚାଲିଛି ଫାୟାରିଂ

ବରଗଡ ୦୯/୦୪: ବରଗଡ଼ ଜିଲ୍ଲା ପାଇକମାଳରେ ପୋଲିସ-ମାଓ ଗୁଳିବିନିମୟ । ପାଇକମାଲ ପୋଲିସ ଓ ବଲାଙ୍ଗୀର-ବରଗଡ଼-ମହାସମୁନ ମାଓ ଡିଭିଜନ ମାଓବାଦୀ ପକ୍ଷରୁ ଏହି ଗୁଳିବିନିମୟ ଚାଲୁରହିଛି । ପାଇକମାଲରେ ଥିବା ଗନ୍ଧମାର୍ଦ୍ଧନ ପର୍ବତରେ ଏହି ଗୁଳି ବିନିମୟ ଜାରି ରହିଛି । କିଛିଦିନ ପୂର୍ବରୁ ମଧ୍ୟ ଏପରି ଗୁଳି ବୁନିମୟ ହୋଇଥିଲା ଓ ପୋଲିସ କେବଳ କିଛି ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ମଙ୍ଗଳବାର ପୁଣିଥରେ ଗୁଳିବିନମୟ ଜାରି ରହିଛି । କହିବାକୁ ଗଲେ କିଛିଦିନ ହେବ ମାଓବାଦୀର ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଉଛି । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କୁ ଚେକ୍ ଦେବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଏନକାଉଣ୍ଟର । ଗତ କିଛିଦିନ ତଳେ ବିଜାପୁରରେ ପୋଲିସ ଗୁଳିେ ଟଳିଥିଲେ ୬ ମାଓବାଦୀ ।  

ଗନ୍ଧମାର୍ଦ୍ଧନ ପର୍ବତରେ ପୋଲିସ-ମାଓ ଗୁଳି ବିନିମୟ, ରାତିରୁ ଚାଲିଛି ଫାୟାରିଂ

ବରଗଡ ୦୯/୦୪: ବରଗଡ଼ ଜିଲ୍ଲା ପାଇକମାଳରେ ପୋଲିସ-ମାଓ ଗୁଳିବିନିମୟ । ପାଇକମାଲ ପୋଲିସ ଓ ବଲାଙ୍ଗୀର-ବରଗଡ଼-ମହାସମୁନ ମାଓ ଡିଭିଜନ ମାଓବାଦୀ ପକ୍ଷରୁ ଏହି ଗୁଳିବିନିମୟ ଚାଲୁରହିଛି । 

ପାଇକମାଲରେ ଥିବା ଗନ୍ଧମାର୍ଦ୍ଧନ ପର୍ବତରେ ଏହି ଗୁଳି ବିନିମୟ ଜାରି ରହିଛି । କିଛିଦିନ ପୂର୍ବରୁ ମଧ୍ୟ ଏପରି ଗୁଳି ବୁନିମୟ ହୋଇଥିଲା ଓ ପୋଲିସ କେବଳ କିଛି ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । 

ମଙ୍ଗଳବାର ପୁଣିଥରେ ଗୁଳିବିନମୟ ଜାରି ରହିଛି । କହିବାକୁ ଗଲେ କିଛିଦିନ ହେବ ମାଓବାଦୀର ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଉଛି । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କୁ ଚେକ୍ ଦେବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଏନକାଉଣ୍ଟର । ଗତ କିଛିଦିନ ତଳେ ବିଜାପୁରରେ ପୋଲିସ ଗୁଳିେ ଟଳିଥିଲେ ୬ ମାଓବାଦୀ ।