ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି
ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ କରନ୍ତି। ତେବେ ଜାଣନ୍ତି କି ଏଭଳି କାହିଁକି କରାଯାଏ? ଜାଣନ୍ତୁ ସେ ସମ୍ପର୍କରେ.. ଚଳଚ୍ଚିତ୍ରରେ ଦେଖିଥିବେ ମଣିଷଙ୍କ ପାଇଁ ତିଆରି କରାଯାଉଥିବା କୌଣସି ଔଷଧର ପରୀକ୍ଷଣ ସିଧାସଳଖ ମଣିଷ ଉପରେ ନ କରାଯାଇ ମୂଷା ଉପରେ କରାଯାଇଥାଏ। ତେବେ ଜାଣନ୍ତିକି ଚଳଚ୍ଚିତ୍ରରେ ଦେଖାଯାଉଥିବା ଏହି ଦୃଶ୍ୟ ଆଦୌ କାଳ୍ପନିକ ନୁହେଁ। […] The post ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି appeared first on Dharitri Odia News.
ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ କରନ୍ତି। ତେବେ ଜାଣନ୍ତି କି ଏଭଳି କାହିଁକି କରାଯାଏ? ଜାଣନ୍ତୁ ସେ ସମ୍ପର୍କରେ..
ଚଳଚ୍ଚିତ୍ରରେ ଦେଖିଥିବେ ମଣିଷଙ୍କ ପାଇଁ ତିଆରି କରାଯାଉଥିବା କୌଣସି ଔଷଧର ପରୀକ୍ଷଣ ସିଧାସଳଖ ମଣିଷ ଉପରେ ନ କରାଯାଇ ମୂଷା ଉପରେ କରାଯାଇଥାଏ। ତେବେ ଜାଣନ୍ତିକି ଚଳଚ୍ଚିତ୍ରରେ ଦେଖାଯାଉଥିବା ଏହି ଦୃଶ୍ୟ ଆଦୌ କାଳ୍ପନିକ ନୁହେଁ। ବାସ୍ତବରେ ସେମିତି ହୋଇଥାଏ।
ଏମିତି ଦେଖିଲେ ମଣିଷ ଓ ମୂଷା ଭିନ୍ନ ଭିନ୍ନ। ଜୈବିକ ଭାବେ ମଧ୍ୟ ମଣିଷ ଓ ମୂଷା ମଧ୍ୟରେ କୌଣସି ସମାନତା ନାହିଁ। ତେବେ ଗୋଟିଏ କଥା ଯାହା ଦୁହିଁଙ୍କୁ ଏକ କରେ ତାହା ହେଉଛି ସେମାନଙ୍କ ଡିଏନ୍ଏ। ମୂଷାର ପ୍ରାୟ ୮୦% ଜିନ ମଣିଷ ସହ ମିଶେ। ଆମେରିକାର ଫାଉଣ୍ଡେଶନ ଫର ବାୟୋମେଡିକାଲ ରିସର୍ଚ୍ଚ ଅନୁଯାୟୀ ମଣିଷ ଓ ଲାବ୍ରେ ବ୍ୟବହାର ହେଉଥିବା ମୂଷାଙ୍କ ଜିନ୍ ପ୍ରାୟତଃ ଏକାପରି। ସରଳ ଭାଷାରେ କହିବାକୁଗଲେ ମୂଷା ଓ ମଣିଷର ଶରୀରରେ ହେଉଥିବା ଅନେକ ଜୈବିକ ପ୍ରକ୍ରିୟା ଏକାପରି। ଯେମିତି କି ମଣିଷ ଓ ମୂଷାର ଇମ୍ୟୁନ ସିଷ୍ଟମ, ମସ୍ତିସ୍କର ଗଠନ, ହର୍ମାନାଲ ସିଷ୍ଟମ ଓ ଅର୍ଗାନ ଫଙ୍କ୍ସନ ପ୍ରାୟତଃ ସମାନ ହୋଇଥାଏ। ସେଥିପାଇଁ ମଣିଷ ଉପରେ ଗବେଷଣା କରିବା ପୂର୍ବରୁ ମୂଷା ଉପରେ ଏକ୍ସପେରିମେଣ୍ଟ କରାଯାଏ। ଯଦ୍ଦ୍ବାରା କି ବୈଜ୍ଞାନିକଙ୍କୁ ଜଣାପଡ଼ିବ ଔଷଧର ପ୍ରଭାବ ମଣିଷ ଉପରେ କ’ଣ ପଡ଼ିପାରେ। ଏହାବାଦ ଲାବ୍ର ପ୍ରାଣୀ, ଖାସ୍କରି ମୂଷାଙ୍କୁ ଗବେଷଣା ଲାଗି ହିଁ ଜନ୍ମ କରାଯାଇଥାଏ। ଲାବ୍ରେ ବ୍ୟବହାର କରାଯାଉଥିବା ଅଧିକାଂଶ ମୂଷା ଯାହାକୁ ମେଡିକାଲ ଟ୍ରାଏଲରେ ବ୍ୟବହାର କରାଯାଏ ତାହା ଇନବ୍ରେଡ୍ ହୋଇଥାନ୍ତି, ଯାହାଦ୍ୱାରା ମେଡିକାଲ ଟ୍ରାଏଲର ଫଳାଫଳ ଏକାପରି ଆସେ। ତା’ଛଡ଼ା ମୂଷାମାନେ ଜେନେଟିକାଲି, ବାୟୋଲୋଜିକାଲି ପ୍ରାୟ ମଣିଷ ପରି ହୋଇଥାଆନ୍ତି। ଆଉ ମଣିଷର ଅନେକ ଲକ୍ଷଣ ମୂଷାଠାରେ ଦେଖାଯାଏ। କିଛି ରିପୋର୍ଟ କହେ, ମୂଷା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ଗବେଷଣାରେ ପ୍ରୟୋଗ କରିବା ପାଇଁ। ମୂଷାଙ୍କ ଉପରେ ଗବେଷଣାର ଫଳାଫଳ ଖୁବ୍ଶୀଘ୍ର ମଧ୍ୟ ମିଳେ। ଏହାବାଦ୍ ମୂଷାଙ୍କ ରକ୍ଷଣାବେକ୍ଷଣ ଖୁବ୍ ସହଜ। ଏହାକୁ ଲାବ୍ରେ ଏକ ନିୟନ୍ତ୍ରିତ ପରିବେଶରେ ରଖାଯାଇପାରେ। ଯେଉଁଠାରେ କି ସେମାନଙ୍କ ଖାଦ୍ୟ, ଜୀବନଶୈଳୀ ଓ ବ୍ୟବହାର ଉପରେ ସହଜରେ ନଜର ରଖି ହୁଏ। ଏମାନଙ୍କ ଜୀବନ କାଳ କମ୍ ହେବା ସହ ଖୁବ୍ଶୀଘ୍ର ପ୍ରଜନନ କରନ୍ତି। ଏହାବାଦ୍ ଖାଦ୍ୟ, ପାଣିପାଗ, ଏୟାରକ୍ୱାଲିଟି ବି ଏକ୍ସପେରିମେଣ୍ଟ ଉପରେ କ’ଣ ପ୍ରଭାବ ପକାଏ ତାହା ମୂଷାଙ୍କ ଦ୍ୱାରା ଜଣାପଡ଼େ।
The post ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି appeared first on Dharitri Odia News.