ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା ଗଭୀର ନଳକୂପଗୁଡ଼ିକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଯେଉଁ ଆଶା ନେଇ ଚାଷୀମାନେ ଗଭୀର ନଳକୂପ ଖୋଳିଥିଲେ ତାହା ଏପର୍ଯ୍ୟନ୍ତ ଅଧୁରା ରହିଯାଇଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ତବଡ଼ା ପଞ୍ଚାୟତ […] The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ appeared first on Dharitri Odia News.

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା ଗଭୀର ନଳକୂପଗୁଡ଼ିକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଯେଉଁ ଆଶା ନେଇ ଚାଷୀମାନେ ଗଭୀର ନଳକୂପ ଖୋଳିଥିଲେ ତାହା ଏପର୍ଯ୍ୟନ୍ତ ଅଧୁରା ରହିଯାଇଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ତବଡ଼ା ପଞ୍ଚାୟତ ବନାବିରା ଗ୍ରାମର ଚାଷୀମାନେ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ ସହିତ ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ନିବେଦନ କରିଥିଲେ।
୨୦୨୧-୨୨ ଆର୍ଥିକ ବର୍ଷରେ ବନାବିରା ଗ୍ରାମର ଚାଷୀମାନେ ନିଜ ଜମିରେ ଗଭୀର ନଳକୂପ ଖନନ କରିଥିଲେ। ଗଭୀର ନଳକୂପ କାର୍ଯ୍ୟକ୍ଷମ ହେଲେ ସେମାନେ ଚାଷବାସ କରିବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଗଭୀର ନଳକୂପଗୁଡ଼ିକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ସେମାନେ ଚାଷକାର୍ଯ୍ୟ କରି ପାରୁ ନ ଥିବା ଏବଂ ଜମି ପଡ଼ିଆ ରହୁଥିବା କହିଛନ୍ତି। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ସହିତ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଭୋଜରାଜ ପ୍ରଧାନ, ସୁଶାନ୍ତ ସାହୁ, ଫକୀର ପ୍ରଧାନ, ସୁରପତି ବିଶି, ଘନଶ୍ୟାମ ମେହେର, ସୁରୁ ପ୍ରଧାନ ପ୍ରମୁଖ ଚାଷୀ ଦାବି କରିଛନ୍ତି।

The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ appeared first on Dharitri Odia News.