ଗରମା ଗରମ ଭାତ ସହ ଖାଆନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା

ରବିବାରରେ ଘରେ ତିଆରି କରନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା।

ଗରମା ଗରମ ଭାତ ସହ ଖାଆନ୍ତୁ କଞ୍ଚା ଇଲିସି ଲେମ୍ୱୁ ମସଲା

ଆବଶ୍ୟକ ସାମଗ୍ରୀ: ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍‌ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍‌ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ମସଲା ଗୋଳା ଇଲିସି ମାଛକୁ ପକାନ୍ତୁ।

ଏହାପରେ ମାଛ ଉପରେ ଲେମ୍ୱୁରସ, ଗୋଟା ରସୁଣ ଓ ଗୋଟା କଞ୍ଚାଲଙ୍କା ପକାଇ ଧିମା ଆଞ୍ଚରେ ଘୋଡ଼ଣି଼  ଦେଇ ଢ଼ାଙ୍କି ଦିଅନ୍ତୁ। ୮ରୁ ୧୦ ମିନିଟ୍‌ ପରେ ଘୋଡ଼ଣି ବାହାର କରି ମାଛକୁ ଓଲଟାଇ ଦିଅନ୍ତୁ। ପୁଣି ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୨ ମିନିଟ୍‌ ପରେ ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ଲେମ୍ୱୁ ମସଲା। ଏହାକୁ ଗରମ ଭାତ ଓ ରୁଟି ସହ ଖାଇପାରିବେ।