ଗରିବ ଚାଷୀଙ୍କୁ ୭.୩୩ କୋଟି ବିଜୁଳି ବିଲ୍ , ଚିନ୍ତାରେ ପରିବାର…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲାର ବିଦ୍ୟୁତ ବିଭାଗ ଲାଗି ଜଣେ ଚାଷୀଙ୍କ ପରିବାର ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବିଭାଗ ଜଣେ ଗରିବ ଚାଷୀ ମୋଲହୁଙ୍କୁ ୭.୩୩ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଧରାଇ ଦେଇଛି। ଏହା ଦେଖିବା ମାତ୍ରେ ଚାଷୀ ଘାବରେଇ ଯାଇଛନ୍ତି। ଏତେ ଟଙ୍କାର ବିଦ୍ୟୁତ ବିଲ୍ ଆସିଥିବା ଶୁଣି ତାଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଯାଇଛି। ପରିବାରର ଅକଲ ଗୁଡୁମ ହୋଇଛି। ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଝିଅ ବିବାହକୁ କେମିତି […]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲାର ବିଦ୍ୟୁତ ବିଭାଗ ଲାଗି ଜଣେ ଚାଷୀଙ୍କ ପରିବାର ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ବିଭାଗ ଜଣେ ଗରିବ ଚାଷୀ ମୋଲହୁଙ୍କୁ ୭.୩୩ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଧରାଇ ଦେଇଛି। ଏହା ଦେଖିବା ମାତ୍ରେ ଚାଷୀ ଘାବରେଇ ଯାଇଛନ୍ତି। ଏତେ ଟଙ୍କାର ବିଦ୍ୟୁତ ବିଲ୍ ଆସିଥିବା ଶୁଣି ତାଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଯାଇଛି। ପରିବାରର ଅକଲ ଗୁଡୁମ ହୋଇଛି। ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଝିଅ ବିବାହକୁ କେମିତି ହେବ? କିଏ ଝିଅର ହାତ ଧରିବ ତାହାର ଭୟ ପରିବାର ସଦସ୍ୟଙ୍କୁ ଘାରୁଛି। ସବୁ ସମ୍ପତ୍ତି ବିକିଲେ ବିଦ୍ୟୁତ୍ ବିଲ୍ ଦେଇପାରିବେ ନାହିଁ ବୋଲି ଚାଷୀ କହିଛନ୍ତି।
ସୂଚନା ଅନୁଯାୟୀ ମୋଲହୁ ୨୦୧୪ରେ ଏକ କିଲୋୱାଟର ବିଦ୍ୟୁତ ସଂଯୋଗ ନେଇଥିଲେ। ସେ ୨୦୧୯ ଏବଂ ୨୦୨୪ ଡିସେମ୍ବରରେ ସବୁ ବିଦ୍ୟୁତ ବିଲ୍ ଦେଇଥିଲେ। ଏହାସତ୍ତ୍ବେ ତାଙ୍କର ୭୪, ୨୩୦ ଟଙ୍କାର ବିଦ୍ୟୁତ ବିଲ୍ ବକେୟା ଥିଲା ବୋଲି ଏସ୍ଡିଓ (ହରିୟା)ଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ପ୍ରାୟ ଲକ୍ଷେ ଟଙ୍କା ବାକିଥିବା ବେଳେ ଜାନୁଆରୀ ୧ରେ ତାଙ୍କୁ ୭.୩୩ କୋଟି ଟଙ୍କାର ବିଲ୍ ଧରାଇ ଦିଆଯାଇଥିଲା। ପରେ ସେ ପିୟୁଭିଭିଏନଏଲରେ ଅଭିଯୋଗ କରିଥିଲେ। ଏହାକୁ ନେଇ ୟୁପିପିସିଏଲର ପ୍ରବକ୍ତା କହିଛନ୍ତି ଯେ ତ୍ରୁଟି ଯୋଗୁଁ ଏତେ ଟଙ୍କାର ବିଦ୍ୟୁତ ବିଲ୍ ଆସି ଯାଇଥିଲା। ଫେବୃଆରୀ ତିନିରେ ଏହି ତ୍ରୁଟି ସଂଶୋଧନ କରାଯାଇଛି। ଏବେ ମୋଲହୁଙ୍କ ମାତ୍ର ୨୭, ୨୭୪ ଟଙ୍କାର ବିଲ୍ ବାକି ରହିଛି। ଅନ୍ୟପଟେ ଏହି ମାମଲାରେ ସାମିଲ ଅଧିକାରୀ ତଥା କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଶକ୍ତିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।