ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର
ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ ଦାୟିତ୍ୱ ନେବା ପରେ ତାଙ୍କୁ ପୂର୍ବ ବିଡ଼ିଓ ରିପୁନାଥ ସୁନା ପ୍ରାଥମିକ ଦାୟିତ୍ୱ ହସ୍ତାନ୍ତର କରିଥିବା ସୂଚନା ମିଲିଛି। ନୂତନ ଭାବରେ ଦାୟିତ୍ୱ ନେଇଥିବା ବିପିନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ କଣ ପ୍ରାଥମିକତା ରହିବ ବୋଲି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ସେ କହିଛନ୍ତି ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଶେଷ କରି ଗରିବ ଶ୍ରେଣୀର […] The post ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର appeared first on Dharitri Odia News.
ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ ଦାୟିତ୍ୱ ନେବା ପରେ ତାଙ୍କୁ ପୂର୍ବ ବିଡ଼ିଓ ରିପୁନାଥ ସୁନା ପ୍ରାଥମିକ ଦାୟିତ୍ୱ ହସ୍ତାନ୍ତର କରିଥିବା ସୂଚନା ମିଲିଛି। ନୂତନ ଭାବରେ ଦାୟିତ୍ୱ ନେଇଥିବା ବିପିନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ କଣ ପ୍ରାଥମିକତା ରହିବ ବୋଲି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ସେ କହିଛନ୍ତି ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ବିଶେଷ କରି ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ। ଏହି ଅବସରରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନକୁ ନର୍ଲା ପ୍ରେସ ଆସୋସିଏସନର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
The post ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର appeared first on Dharitri Odia News.