ଗରିବଙ୍କ ଚାଉଳକୁ କାହିଁକି ଅଟକାଇଥିଲେ ସରକାର? ଦାୟୀ ଯିଏ ତାକୁ ଗିରଫ କରାଯାଉ : ଶ୍ରୀକାନ୍ତ ଜେନା

ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି କାଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କୁ ଚାଉଳ ମିଳିନାହିଁ। ତେବେ କଣ ପାଇଁ ଗରିବକୁ ଚାଉଳ ମିଳିନଥିଲା। ଏଥି ପାଇଁ ଯିଏ ଦାୟୀ ତାକୁ ତୁରନ୍ତ ଗିରଫ କରାଯାଉ। ଏଥି ସହିତ ଶ୍ରୀକାନ୍ତ ଜେନା କହିଛନ୍ତି […]

ଗରିବଙ୍କ ଚାଉଳକୁ କାହିଁକି ଅଟକାଇଥିଲେ ସରକାର? ଦାୟୀ ଯିଏ ତାକୁ ଗିରଫ କରାଯାଉ : ଶ୍ରୀକାନ୍ତ ଜେନା
Why did the government hold the rice of poor people

ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି କାଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କୁ ଚାଉଳ ମିଳିନାହିଁ। ତେବେ କଣ ପାଇଁ ଗରିବକୁ ଚାଉଳ ମିଳିନଥିଲା। ଏଥି ପାଇଁ ଯିଏ ଦାୟୀ ତାକୁ ତୁରନ୍ତ ଗିରଫ କରାଯାଉ।

ଏଥି ସହିତ ଶ୍ରୀକାନ୍ତ ଜେନା କହିଛନ୍ତି କାହିଁକି ମୁଖ୍ୟମନ୍ତ୍ରୀ ଏଯାଏ ଘଟଣା ସ୍ଥଳକୁ ଗଲେ ନାହିଁ। ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବସୁଛନ୍ତି। ମୁଖ୍ୟମନ୍ତ୍ରୀ ବମ୍ବେ-ଦିଲ୍ଲୀ ଯାଇପାରୁଛନ୍ତି, ହେଲେ ଆଦିବାସୀଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗତକାଲି ଏହି ଘଟଣାର ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ଆର୍‌ଡିସି ସ୍ତରୀୟ ତଦନ୍ତ ନୁହେଁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ। ଏଥି ସହିତ କଣ ପାଇଁ ରାଜ୍ୟ ସରକାର ଚାଉଳ ଅଟକାଇ ଥିଲେ, ତାହାର ଜବାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । ଆଦିବାସୀ ଲୋକଙ୍କ ଜୀବନ ସହ ରାଜ୍ୟ ସରକାର ନ ଖେଳନ୍ତୁ।