ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା

ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି ଗ୍ରାମରେ ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ ସୁକାନ୍ତି ଭୋଗତା, ପୁଅ ଶୁକୁନାଥ(୮), ଶିଶୁକନ୍ୟା ରାମୀ(୫)ଆଶ୍ରିତ(୩) ଓ ଦେଢ଼ବର୍ଷ ଶିଶୁ ମୁଣ୍ଡୁରୀ ଘରେ ଥିଲେ। […] The post ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା appeared first on Dharitri Odia News.

ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା

ଟେନସା,୧୪।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ଏକ ଦୁଃଖତ ଘଟଣା। କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଛି। ବାଲିଝୁଡ଼ି ଗ୍ରାମରେ ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ ସୁକାନ୍ତି ଭୋଗତା, ପୁଅ ଶୁକୁନାଥ(୮), ଶିଶୁକନ୍ୟା ରାମୀ(୫)ଆଶ୍ରିତ(୩) ଓ ଦେଢ଼ବର୍ଷ ଶିଶୁ ମୁଣ୍ଡୁରୀ ଘରେ ଥିଲେ।
ମଙ୍ଗଳବାର ରାତିରେ ସମସ୍ତେ ଖାଇ ପିଇ ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଚାଉଳ ଖାଇବା ପାଇଁ ଭରତଙ୍କ ଘରର କାନ୍ଥକୁ ଭାଙ୍ଗି ଦେବାରୁ କାନ୍ଥ ତଳେ ଚାପି ହୋଇ ୩ମାସ ଗର୍ଭବତୀ ଥିବା ମାଆ ସୁକାନ୍ତି, ଶିଶୁ ପୁତ୍ର ଶୁକୁନାଥ ଭୋଗତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦେଢ଼ବର୍ଷର ଶିଶୁ ସମେତ ରାମୀ ଏବଂ ଆଶ୍ରିତ ବଳ୍ପକେ ବର୍ତ୍ତି ଯାଇଥିଲେ। ସେମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବରସୁଆଁ ଫରେଷ୍ଟ ରେଞ୍ଜର ଧରଣୀଧର ସାହୁ, ଫରେଷ୍ଟର କେ. ସି ସାହୁ, କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତ ୩ ଶିଶୁଙ୍କୁ ପ୍ରଥମେ କୋଇଡା ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ର ଅଧିକ ଗୁରୁତର ଥିବାରୁ ପରେ ତାଙ୍କୁ ରାଉରକେଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ମୃତଦେହ ବ୍ୟବେଛେଦ ନିମନ୍ତେ କୋଇଡା ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୫ବର୍ଷ ପୂର୍ବେ ମଧ୍ୟ ଉକ୍ତ ଘରକୁ ହାତୀ ଭାଙ୍ଗି ଦେଇଥିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତି ପୂରଣ ମିଳି ନ ଥିବାବେଳେ ଦାଦନ ଖଟି, ଧାର ଉଦ୍ଧାର କରି ପୁଣି ନିର୍ମାଣ କରିଥିବା ଘରକୁ ହାତୀ ଭାଙ୍ଗି ଚୁରମାର କରିଦେଇଛି। ଏଥି ପ୍ରଶାସନ ଓ ଜଙ୍ଗଲ ବିଭାଗ ଭରତ ଭୋଗତାଙ୍କ ଉପରେ କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା।

The post ଗର୍ଭବତୀ ମହିଳା ସମେତ ଶିଶୁପୁତ୍ରଙ୍କୁ ମାରିଦେଲା ଦନ୍ତହାତୀ: ବିକଳରେ କାନ୍ଦୁଛନ୍ତି ଦେଢ ବର୍ଷ ଶିଶୁକନ୍ୟା appeared first on Dharitri Odia News.