ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ। ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି। ମିଳିଥିବା ସୂଚନା ମୁତାବକ, ବିଜାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ହେଲେ ଲାଗଣ ବର୍ଷା ଯୋଗୁ ଗାଁ ପାଖ ନଦୀରେ ଜଳସ୍ଥର ଅଧିକ ଥିବାରୁ ପରିବାର […] The post ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ appeared first on Dharitri Odia News.

ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ। ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବିଜାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ହେଲେ ଲାଗଣ ବର୍ଷା ଯୋଗୁ ଗାଁ ପାଖ ନଦୀରେ ଜଳସ୍ଥର ଅଧିକ ଥିବାରୁ ପରିବାର ଲୋକେ କିପରି ନଦୀପାର କରି ହସ୍ପିଟାଲ ନେବେ ସେ ନେଇ ଚିନ୍ତାରେ ପଡିଥିଲେ। ଏଭଳିସ୍ଥିତିରେ ଖବର ପାଇ ସିଆର୍‌ପିଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିଜ ଜୀବନକୁ ବାଜି ଲାଗାଇ ଭରା ନଦୀରେ ମହିଳାଙ୍କୁ ନଦୀ ପାର କରାଇଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଯବାନ ଦେବଦୂତ ସାଜିଥିବା ଚର୍ଚ୍ଚା ହେଉଛି।

The post ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ appeared first on Dharitri Odia News.