ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌

ଗର୍ଭାବସ୍ଥା ସମସ୍ତ ମହିଳାଙ୍କ ପାଇଁ ବିଶେଷ ଖୁସିର ସମୟ ହୋଇଥାଏ । ଏହି ସମୟରେ ଡାକ୍ତରମାନେ ସେମାନଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଆପଣଙ୍କ ସ୍ୱାସ୍ଥ୍ୟ ବ୍ୟତୀତ ଶିଶୁର ସଠିକ୍ ବିକାଶକୁ ଧ୍ୟାନରେ ରଖି ଆପଣଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କୁହାଯାଇଥାଏ । ତେଣୁ ଏହା ଜରୁରୀ ଯେ ଆପଣଙ୍କ ଖାଦ୍ୟରେ ଭିଟାମିନ୍, ମିନେରାଲ୍ସ ଏବଂ ହେଲଦି ଫ୍ୟାଟ୍‌ ଅନ୍ତର୍ଭୁକ୍ତ କରିବା ଉଚିତ । ଖାଦ୍ୟରେ ଏପରି […] The post ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌ appeared first on KNews Odisha.

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌
diet plan during pregnancy

ଗର୍ଭାବସ୍ଥା ସମସ୍ତ ମହିଳାଙ୍କ ପାଇଁ ବିଶେଷ ଖୁସିର ସମୟ ହୋଇଥାଏ । ଏହି ସମୟରେ ଡାକ୍ତରମାନେ ସେମାନଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଆପଣଙ୍କ ସ୍ୱାସ୍ଥ୍ୟ ବ୍ୟତୀତ ଶିଶୁର ସଠିକ୍ ବିକାଶକୁ ଧ୍ୟାନରେ ରଖି ଆପଣଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କୁହାଯାଇଥାଏ । ତେଣୁ ଏହା ଜରୁରୀ ଯେ ଆପଣଙ୍କ ଖାଦ୍ୟରେ ଭିଟାମିନ୍, ମିନେରାଲ୍ସ ଏବଂ ହେଲଦି ଫ୍ୟାଟ୍‌ ଅନ୍ତର୍ଭୁକ୍ତ କରିବା ଉଚିତ । ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ ଯାହା ପୂରା ୯ ମାସ ପାଇଁ ଶିଶୁର ସଠିକ୍ ବିକାଶରେ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା ଯେ ମହିଳାମାନେ ଗର୍ଭାବସ୍ଥାରେ କେଉଁ ଖାଦ୍ୟକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ? ଯାହା ଫଳରେ ଶିଶୁର ସଠିକ୍‌ ବିକାଶ ହେବ ଏବଂ ଆଗକୁ ଯାଇ କୌଣସି ଅସୁବିଧା ହେବ ନାହିଁ ।

ଜାଣନ୍ତୁ ଗର୍ଭାବସ୍ଥାରେ କ’ଣ ଖାଇବା ଜରୁରୀ ?

ଦୁଗ୍ଧଜାତ ଜିନିଷ : ଗର୍ଭାବସ୍ଥାରେ ଆପଣ ଖାଦ୍ୟରେ ଦୁଗ୍ଧଜାତ ଦ୍ରବ୍ୟ ଅନ୍ତର୍ଭୂକ୍ତ କରିବା ଜରୁରୀ । ଏପରି ଭାବେ ଶରୀରକୁ ସହଜରେ ଭିଟାମିନ୍ ଏବଂ କ୍ୟାଲସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ । ଏହି ପୋଷକ ତତ୍ତ୍ୱ ଗର୍ଭାବସ୍ଥାରେ ଶିଶୁର ବିକାଶରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ପନିର, ଦହି, କ୍ଷୀର, ମଲାଇ ଏବଂ ଚିଜ୍‌ ଅନ୍ତର୍ଭୂକ୍ତ କରିବା ଉଚିତ୍ ।

ସବୁଜ ପନିପରିବା : ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଦ୍ୟରେ ସବୁଜ ପନିପରିବା ଅନ୍ତର୍ଭୂକ୍ତ କରିବା ଉଚିତ । ଆପଣ ନିଜ ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ବ୍ରୋକୋଲି ଅନ୍ତର୍ଭୁକ୍ତ କରନ୍ତୁ । ଶରୀର ସବୁଜ ପନିପରିବାରୁ ଫୋଲେଟ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ A,B6,C ଏବଂ K ପାଇଥାଏ । ଏହା ହେମୋଗ୍ଲୋବିନ୍ ଭଲ କରେ ଏବଂ ହାଡକୁ ହେଲଦି ରଖେ ।

ବିନ୍ସ : ଆପଣ ନିଜ ଖାଦ୍ୟରେ ବିନ୍ସ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଶରୀରକୁ ଆଇରନ୍‌, ପ୍ରୋଟିନ୍, ଫାଇବର ଏବଂ କ୍ୟାଲସିୟମ୍ ଯୋଗାଇଥାଏ । ଏହା ହେଉଛି ପ୍ଲୋଟ ବେଷ୍ଟ ଫୁଡ୍‌ର ଏକ ଭଲ ଉତ୍ସ । ବିନ୍ସ ଖାଇବା ଦ୍ୱାରା ଶରୀର ସହଜରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଇଥାଏ ।

ଡ୍ରାଏ ଫ୍ରୁଟ୍ସ : ଗର୍ଭବତୀ ମହିଳାମାନେ ପ୍ରତିଦିନ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ତେବେ ଆପଣ ବାଦାମ, କାଜୁ, ପିସ୍ତା ଏବଂ ଅଖରୋଟ ପରି ଡ୍ରାଏ ଫ୍ରୁଟ ଖାଇବା ଜରୁରୀ । ଯାହା ଫଳରେ ଆପଣଙ୍କ ଶରୀରରେ ଜିଙ୍କ, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଫାଇବରର ଅଭାବ ପୂରଣ ହୋଇପାରିବ । ଏହା ସହ ଶରୀର ଶକ୍ତି ମଧ୍ୟ ପାଇବ ।

ଜାମୁକୋଳି ଓ କନ୍ଦମୂଳ : ଗର୍ଭଧାରଣ ସମୟରେ ଜାମୁକୋଳି ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଜାମୁକୋଳିରେ ଭିଟାମିନ୍ C ଥାଏ ଏବଂ ହେଲଦି କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଉପଲବ୍ଧ ଥାଏ । ଏଥି ସହିତ ଶରୀରରେ ବିଟା କାରୋଟିନ୍‌ର ଅଭାବ କନ୍ଦମୂଳ ଖାଇବା ଦ୍ୱାରା ଦୂର ହୋଇପାରିବ । ଏହା ଶିଶୁର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।

ସଠିକ୍‌ ପରିମାଣରେ ପାଣି ପିଅନ୍ତୁ : ଗର୍ଭବତି ମହିଳାମାନେ ପ୍ରତିଦିନ ଅତି କମରେ ୧୦ ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । ପ୍ରଚୁର ପାଣି ପିଇବା ଶିଶୁର ଚାରିପାଖରେ ଆମନିଓଟିକ୍ ଫ୍ଲୁଇଡ୍ ରଖେ, ଯାହାଫଳରେ ଶିଶୁଟି ମା’ ପେଟରେ ସୁରକ୍ଷିତ ରହିଥାଏ । ଏହି କାରଣରୁ, ହଜମ ମଧ୍ୟ ଠିକ୍ ଭାବେ କରାଇଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ । ତେବେ ସମସ୍ତ ଗର୍ଭବତି ମହିଳାମାନେ ନିଜର ପ୍ରତିଦିନ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିବା ବହୁତ ଜରୁରୀ ହୋଇଥାଏ । ଯାହାଫଳରେ ମା’ ଓ ପିଲା ଏକ ହେଲଦି ଲାଇଫ୍‌ ପାଇପାରିବେ ।

The post ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌ appeared first on KNews Odisha.