ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ,୧୧ା୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶିଷ କୁମାର ସ୍ବାଇଁଙ୍କୁ ଜଣେ ଶିକ୍ଷୟିତ୍ରୀ କ୍ରମାଗତ ଭାବରେ ମାନସିକ ନିର୍ଯାତନା ଦେଉ ଥିବାରୁ ସେ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।  […] The post ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.

ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ

ଉମରକୋଟ,୧୧ା୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କଚରାପାରା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶିଷ କୁମାର ସ୍ବାଇଁଙ୍କୁ ଜଣେ ଶିକ୍ଷୟିତ୍ରୀ କ୍ରମାଗତ ଭାବରେ ମାନସିକ ନିର୍ଯାତନା ଦେଉ ଥିବାରୁ ସେ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।  ଶିକ୍ଷକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିକ୍ଷକ ଅସୁସ୍ଥ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ରାଇଘର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଗଳା କାଟି ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.