ଗହଣା ଦୋକାନରେ GST ଚଢାଉ, ଦୀର୍ଘ ଦିନ ଧରି ଫାଙ୍କୁ ଥିଲେ ଜିଏସ୍‌ଟି

ଉଦଳା ୨୨।୦୮ : ଗହଣା ଦୋକାନରେ ଜିଏସ୍‌ଟି ରେଡ୍‌ । ମୟୁରଭଞ୍ଜ ଜିଲ୍ଲା ଉଦଳା ବଜାର ମଝିରେ ଥିବା କର୍ମକାର ଜୁଏଲାରୀ ସପ୍‌ରେ ବଡ଼ ଧରଣର ଜିଏସ୍‌ଟି ଚଢାଉ ହୋଇଛି । ସୁନା ଦୋକାନ ଜିଏସ୍‌ଟି ଫାଙ୍କି ଥିବା ଅଭିଯୋଗରେ ଚାଲିଛି ରେଡ୍‌ । ଉଦଳା ବଜାର ମଝିରେ ଥିବା କର୍ମକାର ଜୁଏଲାରୀ ସପ୍‌ ବଡ଼ଧରଣର ଜିଏସଟି ଫାଙ୍କୁ ଥିବାର ଅଭିଯୋଗ ଆସିଥିଲା । ଏନେଇ ଗୁରୁବାର ବାରିପଦା ସିଟି ଏବଂ ଜିଏସଟି ବିଭାଗର ମିଳିତ ଭାବେ ୫ ଜଣିଆ ଟିମ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଜିଏସଟି ବିଭାଗ ଅଧିକାରୀଙ୍କ ସହିତ ପୋଲିସ ମଧ୍ୟ ଉପସ୍ଥିତ ରହିଛନ୍ତି। ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଯାଞ୍ଚ କରିବା ସହିତ ସୁନା କିଣା ଏବଂ ବିକ୍ରି ସଂପର୍କୀତ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ବିଭାଗ।ସେହିପରି ସମୁଦାୟ କେତେ ଟଙ୍କାର ସୁନା ଅଳଙ୍କାର ରହିଛି ଏବଂ ସେ ବାବଦରେ କେତେ ଟିକସ ଦିଆଯାଇଛି । ଏହାସହିତ ବିକ୍ରି ହୋଇଥିବା ସାମଗ୍ରୀରେ ଜିଏସଟିର ହିସାବ କରୁଛି ବିଭାଗ। ଏହି ଗହଣା ଦୋକାନରେ ବ୍ୟାପକ ପରିମାଣର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆଧାରରେ ଚଢ଼ାଉ ହେଉଥିବା କହିଛନ୍ତି ଅଧିକାରୀ। ହେଲେ ପୁରା ଖାନ୍‌ତଲାସି ପରେ କେତେ ଟଙ୍କାର ଜିଏସଟି ଫାଙ୍କି ହୋଇଛି,  ତାହା ସ୍ପଷ୍ଟ ହେବ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।

ଗହଣା ଦୋକାନରେ GST ଚଢାଉ, ଦୀର୍ଘ ଦିନ ଧରି ଫାଙ୍କୁ ଥିଲେ ଜିଏସ୍‌ଟି

ଉଦଳା ୨୨।୦୮ : ଗହଣା ଦୋକାନରେ ଜିଏସ୍‌ଟି ରେଡ୍‌ । ମୟୁରଭଞ୍ଜ ଜିଲ୍ଲା ଉଦଳା ବଜାର ମଝିରେ ଥିବା କର୍ମକାର ଜୁଏଲାରୀ ସପ୍‌ରେ ବଡ଼ ଧରଣର ଜିଏସ୍‌ଟି ଚଢାଉ ହୋଇଛି । ସୁନା ଦୋକାନ ଜିଏସ୍‌ଟି ଫାଙ୍କି ଥିବା ଅଭିଯୋଗରେ ଚାଲିଛି ରେଡ୍‌ । 

ଉଦଳା ବଜାର ମଝିରେ ଥିବା କର୍ମକାର ଜୁଏଲାରୀ ସପ୍‌ ବଡ଼ଧରଣର ଜିଏସଟି ଫାଙ୍କୁ ଥିବାର ଅଭିଯୋଗ ଆସିଥିଲା । ଏନେଇ ଗୁରୁବାର ବାରିପଦା ସିଟି ଏବଂ ଜିଏସଟି ବିଭାଗର ମିଳିତ ଭାବେ ୫ ଜଣିଆ ଟିମ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଜିଏସଟି ବିଭାଗ ଅଧିକାରୀଙ୍କ ସହିତ ପୋଲିସ ମଧ୍ୟ ଉପସ୍ଥିତ ରହିଛନ୍ତି। ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଯାଞ୍ଚ କରିବା ସହିତ ସୁନା କିଣା ଏବଂ ବିକ୍ରି ସଂପର୍କୀତ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ବିଭାଗ।

ସେହିପରି ସମୁଦାୟ କେତେ ଟଙ୍କାର ସୁନା ଅଳଙ୍କାର ରହିଛି ଏବଂ ସେ ବାବଦରେ କେତେ ଟିକସ ଦିଆଯାଇଛି । ଏହାସହିତ ବିକ୍ରି ହୋଇଥିବା ସାମଗ୍ରୀରେ ଜିଏସଟିର ହିସାବ କରୁଛି ବିଭାଗ। ଏହି ଗହଣା ଦୋକାନରେ ବ୍ୟାପକ ପରିମାଣର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆଧାରରେ ଚଢ଼ାଉ ହେଉଥିବା କହିଛନ୍ତି ଅଧିକାରୀ। ହେଲେ ପୁରା ଖାନ୍‌ତଲାସି ପରେ କେତେ ଟଙ୍କାର ଜିଏସଟି ଫାଙ୍କି ହୋଇଛି,  ତାହା ସ୍ପଷ୍ଟ ହେବ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।