ଗହଣା ଦୋକାନରେ ପଶି ଅତର୍କିତ ଗୁଳି ଚାଳନା କଲେ ଦୁର୍ବୃତ୍ତ, ପରେ…
ସମ୍ବଲପୁର,୧୬।୨: ଦିନ ଦ୍ବିପ୍ରହରରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ସମ୍ବଲପୁର ସହରର ଧନୁପାଲି ଥାନା ଛକ ନିକଟ ଏକ ସୁନା ଦୋକାନରେ ଦୁର୍ବୃତ୍ତ ଗୁଳି ଫୁଟାଇ ଗହଣା ଲୁଟ ଉଦ୍ୟମ ହୋଇଛି। ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହୋଇଛନ୍ତି। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଗହଣା ଦୋକାନ ମାଲିକ ସୁଜିତ ସୋନାରଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅପରାହ୍ନରେ ଧନୁପାଲି ଛକ ନିକଟରେ ଥିବା ଗହଣା ଦୋକାନକୁ କିଛି ଦୁର୍ବୃତ୍ତ […] The post ଗହଣା ଦୋକାନରେ ପଶି ଅତର୍କିତ ଗୁଳି ଚାଳନା କଲେ ଦୁର୍ବୃତ୍ତ, ପରେ… appeared first on Dharitri Odia News.
ସମ୍ବଲପୁର,୧୬।୨: ଦିନ ଦ୍ବିପ୍ରହରରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ସମ୍ବଲପୁର ସହରର ଧନୁପାଲି ଥାନା ଛକ ନିକଟ ଏକ ସୁନା ଦୋକାନରେ ଦୁର୍ବୃତ୍ତ ଗୁଳି ଫୁଟାଇ ଗହଣା ଲୁଟ ଉଦ୍ୟମ ହୋଇଛି। ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହୋଇଛନ୍ତି। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଗୁରୁତର ଗହଣା ଦୋକାନ ମାଲିକ ସୁଜିତ ସୋନାରଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଅପରାହ୍ନରେ ଧନୁପାଲି ଛକ ନିକଟରେ ଥିବା ଗହଣା ଦୋକାନକୁ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ପହଞ୍ଚିଥିଲେ। ସେହି ସମୟରେ ଗହଣା ଦୋକାନରେ ମାଲିକ ସୁଜିତ ସୋନାରଙ୍କ ସହିତ କିଛି କର୍ମଚାରୀ ଓ ଗ୍ରାହକ ମଧ୍ୟ ଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଗୁଳି ଚାଳନା କରିଥିଲେ। ହେଲେ ସେମାନେ ଗହଣା ଲୁଟ୍ କରିଛନ୍ତି କି ନାହିଁ ସେ ନେଇ ଜଣାପଡ଼ି ନାହିଁ।
The post ଗହଣା ଦୋକାନରେ ପଶି ଅତର୍କିତ ଗୁଳି ଚାଳନା କଲେ ଦୁର୍ବୃତ୍ତ, ପରେ… appeared first on Dharitri Odia News.