ଗହମ ଦରକୁ ନେଇ ବଢ଼ିଲା ଚିନ୍ତା, ଖୁଚୁରା ବଜାରରେ ଅଟା ମହଙ୍ଗା
ନୂଆଦିଲ୍ଲୀ : କ୍ରମାଗତ ଭାବେ ବଢ଼ି ଛାଲିଛି ଗହମ ଦର। ଏଥିଯୋଗୁ ଖୁଚୁରା ବଜାରରେ ମହଙ୍ଗା ହୋଇଛି ଅଟା ଦର। ତେଣୁ ଖୋଲା ବଜାରରେ ଅଟା ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ନିଦ ହଜାଇଦେଇଛି। ତେଣୁ ସରକାର ଗହମ ଷ୍ଟକ ସୀମାକୁ ପୁଣି ଥରେ ହ୍ରାସ କରିଛନ୍ତି। ଶୁକ୍ରବାର କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଗହମର ଷ୍ଟକ୍ ସୀମା ଧାର୍ଯ୍ୟ କରିଛି। ଏହି ଅନୁଯାୟୀ, ବର୍ତ୍ତମାନ କୌଣସି ବ୍ୟବସାୟୀ କିମ୍ବା ପାଇକାରୀ ବିକ୍ରେତା ୨୦୦୦ ଟଡ଼୍ରୁ ଅଧିକ […]

ନୂଆଦିଲ୍ଲୀ : କ୍ରମାଗତ ଭାବେ ବଢ଼ି ଛାଲିଛି ଗହମ ଦର। ଏଥିଯୋଗୁ ଖୁଚୁରା ବଜାରରେ ମହଙ୍ଗା ହୋଇଛି ଅଟା ଦର। ତେଣୁ ଖୋଲା ବଜାରରେ ଅଟା ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ନିଦ ହଜାଇଦେଇଛି। ତେଣୁ ସରକାର ଗହମ ଷ୍ଟକ ସୀମାକୁ ପୁଣି ଥରେ ହ୍ରାସ କରିଛନ୍ତି। ଶୁକ୍ରବାର କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଗହମର ଷ୍ଟକ୍ ସୀମା ଧାର୍ଯ୍ୟ କରିଛି। ଏହି ଅନୁଯାୟୀ, ବର୍ତ୍ତମାନ କୌଣସି ବ୍ୟବସାୟୀ କିମ୍ବା ପାଇକାରୀ ବିକ୍ରେତା ୨୦୦୦ ଟଡ଼୍ରୁ ଅଧିକ ଗହମ ସଂରକ୍ଷଣ କରିପାରିବେନାହିଁ। ପୂର୍ବରୁ ଏହି ସୀମା ୩୦୦୦ ଟନ୍ ରହିଥିଲା।
ଚଳିତ ବର୍ଷ ଜୁନ୍ ମାସର ଚତୁର୍ଥ ସପ୍ତାହରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଗହମ ଉପରେ ଷ୍ଟକ୍ ସୀମା ଧାର୍ଯ୍ୟ କରିଥିଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ଗହମ କଳାବଜାରିକୁ ବନ୍ଦ କରିବା। କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗହମ ଏବଂ ଏଥିରୁ ଜାତ ଉତ୍ପାଦ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ ଏହା କରାଯାଇଛି। ବର୍ତ୍ତମାନ ଜଣେ ପାଇକାରୀ ବିକ୍ରେତା କେବଳ ୨୦୦୦ ଟନ୍ ଗହମ ସଂରକ୍ଷଣ କରିପାରିବେ। ପୂର୍ବ ପରି, ଖୁଚୁରା ବ୍ୟବସାୟୀମାନେ ନିଜ ଗୋଦାମରେ ୧୦ ଟନ୍ ଗହମ ରଖିପାରିବେ। ବଡ ଖୁଚୁରା ବ୍ୟବସାୟୀମାନେ ବର୍ତ୍ତମାନ ପ୍ରତ୍ୟେକ ଆଉଟଲେଟରେ କେବଳ ୧୦ ଟନ୍ ଗହମ ରଖିପାରିବେ।
ଏହାପୂର୍ବରୁ, ସେମାନଙ୍କ ଡିପୋକୁ ୩୦୦୦ ଟନ୍ ଗହମ ସଂରକ୍ଷଣ କରିବାକୁ ଅନୁମତି ଦିଆଯାଇଥିଲା, ଯେଉଁଥିରେ ବର୍ତ୍ତମାନ ୧୦ ଗୁଣକୁ ହ୍ରାସ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ଗହମ ଷ୍ଟକ୍ ରଖୁଥିବା କୌ ଣସି ବିକ୍ରେତା କିମ୍ବା ପ୍ରୋସେସର୍ ପ୍ରତ୍ୟେକ ଶୁକ୍ରବାର ସେମାନଙ୍କ ଗହମ ଷ୍ଟକ୍ ସମ୍ପର୍କରେ ଘୋଷଣା କରିବେ। ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଗହମ ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଗହମ ଦର ସ୍ଥିର ରହିବାକୁ ସରକାର ଚାହୁଁଛନ୍ତି।
ସୂଚନାଯୋଗ୍ୟ ଯେ ଖୋଲା ବଜାରରେ ଅଟା,ମଇଦା ଏବଂ ଗହମ ସମେତ ସମସ୍ତ ଜରୁରୀ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହୋଇଥିବାବେଳେ ଅନ୍ୟ କେତେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦର ବୃଦ୍ଧିକୁ ନେଇ ଜନସାଧାରଣଙ୍କ କ୍ରୋଧର ଶିକାର କରିବାକୁ ଚାହୁଁନାହାଁନ୍ତି। ତେଣୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।