ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ

ଚନ୍ଦାହାଣ୍ଡି,୫ା୨(ଦିଲ୍ଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ ମଞ୍ଚାସୀନ ଅତିଥିବୃନ୍ଦ। ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ, କ୍ଷୁଦ୍ର ପର୍ଯ୍ୟଟନ, କ୍ରୀଡ଼ା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକୀକରଣ, ଅଭିନବ ବହୁମୁଖୀ ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି। ଏହି […] The post ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ appeared first on Dharitri Odia News.

ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ

ଚନ୍ଦାହାଣ୍ଡି,୫ା୨(ଦିଲ୍ଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ ମଞ୍ଚାସୀନ ଅତିଥିବୃନ୍ଦ।
ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ, କ୍ଷୁଦ୍ର ପର୍ଯ୍ୟଟନ, କ୍ରୀଡ଼ା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକୀକରଣ, ଅଭିନବ ବହୁମୁଖୀ ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି। ଏହି ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସରେ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମ୍‌ପିଙ୍କ ପ୍ରତିନିଧି ବସନ୍ତ କୁମାର ମାଝୀ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ବିଧାୟକଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରୀ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣ ସାମିଲ ହୋଇଥିଲେ।

The post ଗାଁ ଉନ୍ନତି ହେଲେ ଦେଶର ବିକାଶ ଅଗ୍ରଗତି ହେବ appeared first on Dharitri Odia News.