ଗାଁ ଗାଁ ବୁଲି ଚୋରି କରୁଥିଲେ, ଏବେ ଧରାପଡ଼ିଲେ

ଅନେକ ଦିନ ହେବ ଟିଟିଲାଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନେଇ ଥାନା ରେ ମାମଲା ରୁଜୁ ହୋଇଥିଲା

ଗାଁ ଗାଁ ବୁଲି ଚୋରି କରୁଥିଲେ, ଏବେ ଧରାପଡ଼ିଲେ

ଟିଟିଲାଗଡ଼ ପୁଲିସ ୪ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଛି। ଜବତ ସାମଗ୍ରୀ ମଧ୍ୟରେ ଅନେକ ସୁନାଗହଣା, ପୂଜା ସାମଗ୍ରୀ, ପିତଳ ବାସନ, ନଗଦ ଟଙ୍କା, ପାଣି ପମ୍ପ, ସମେତ ଅନେକ ପ୍ରକାର ମାରାଣାସ୍ତ୍ର ରହିଛି।

ଅନେକ ଦିନ ହେବ ଟିଟିଲାଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନେଇ ଥାନା ରେ ମାମଲା ରୁଜୁ ହୋଇଥିଲା। ହାଟପଦା ପଡ଼ାର ଏକ ଘରୁ ୧୦ ହଜାର ନଗଦ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା। ସେହିପରି ସହରର କାଳି ମନ୍ଦିରରୁ ଟଙ୍କା ଓ ପିତଳ ସାମଗ୍ରୀ ଚୋରି ହୋଇଥିଲା।

ପରେ ଟିଟିଲାଗଡ଼ ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଏହି ଟିମ୍‌ ସାହାଯ୍ୟରେ ଘଟଣାରେ ସଂପୃକ୍ତ ଥିବା ୪ ଜଣ କୁଖ୍ୟାତ ଚୋରକୁ ଗିରଫ କରିଛି ଟିଟିଲାଗଡ଼ ପୁଲିସ।