ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ
କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି ପ୍ରହରରେ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭାଲୁଟି ନିଜର ଗୋଠରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି। ବେଳେବେଳେ ଖାଦ୍ୟ ଅନେଷ୍ବଣରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଆମପାଣିରୁ ପାତ୍ରବସାକୁ ସଂଯୋଗ କରୁଥିବା ରାସ୍ତାକଡ଼କୁ ଆସୁଥିବା […] The post ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ appeared first on Dharitri Odia News.
କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି ପ୍ରହରରେ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଭାଲୁଟି ନିଜର ଗୋଠରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି। ବେଳେବେଳେ ଖାଦ୍ୟ ଅନେଷ୍ବଣରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଆମପାଣିରୁ ପାତ୍ରବସାକୁ ସଂଯୋଗ କରୁଥିବା ରାସ୍ତାକଡ଼କୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଗ୍ରାମବାସୀମାନେ ଆମପାଣି ଫରେଷ୍ଟ ସେକ୍ସନ କର୍ମଚାରୀଙ୍କୁ ଖବର ଦେବାପରେ କର୍ମଚାରୀମାନେ ଆସି ଭାଲୁର ଗତିପଥ ଉପରେ ନଜର ରଖିବା ସହ ଭାଲୁ ଚଲାପଥରେ ନ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରିଛନ୍ତି। ଏପରିକି ରାତିରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି।
The post ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ appeared first on Dharitri Odia News.