ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ
ମୋହନା,୨୩ା୧୧(ମନ୍ମଥ ମିଶ୍ର): ପୁଣି ବାଘ ଆତଙ୍କ। ଘାଟି ନିକଟ ଗାଁ ରାସ୍ତାରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗଜପତି ଜିଲା ମୋହନା ବନାଞ୍ଚଳ ଖାରିଗୁଡ଼ା ପଞ୍ଚାୟତ ମୋହନାଗୁଡ଼ା ଗାଁ ରାସ୍ତାରେ ଶନିବାର ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଖବର ପାଇ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଶୋୟୀଙ୍କ ସମେତ ବିଭାଗୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନ ଠାବ କରିଛି। ପଥୁରିଆ ରାସ୍ତା ହୋଇଥିବାରୁ ଏହା ମହାବଳ ବାଘର ପାଦ […] The post ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ appeared first on Dharitri Odia News.
ମୋହନା,୨୩ା୧୧(ମନ୍ମଥ ମିଶ୍ର): ପୁଣି ବାଘ ଆତଙ୍କ। ଘାଟି ନିକଟ ଗାଁ ରାସ୍ତାରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଗଜପତି ଜିଲା ମୋହନା ବନାଞ୍ଚଳ ଖାରିଗୁଡ଼ା ପଞ୍ଚାୟତ ମୋହନାଗୁଡ଼ା ଗାଁ ରାସ୍ତାରେ ଶନିବାର ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି।
ଖବର ପାଇ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଶୋୟୀଙ୍କ ସମେତ ବିଭାଗୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନ ଠାବ କରିଛି। ପଥୁରିଆ ରାସ୍ତା ହୋଇଥିବାରୁ ଏହା ମହାବଳ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ ଜଣା ପଡିନାହିଁ ।
କର୍ମଚାରୀମାନେ ନିକଟସ୍ଥ ଗ୍ରାମଗୁଡିକୁ ଯାଇ ଗ୍ରାମବାସୀଙ୍କୁ ସଚେତନ କରି ଫେରିଛନ୍ତି ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ମୋହନା ଥାନା ଅଞ୍ଚଳରେ ଏକ ବାଘ ଦେଖିବାକୁ ମିଳିଥିଲା।
The post ଗାଁ ରାସ୍ତାରେ ବାଘ ପାଦ ଚିହ୍ନ: ଭୟଭୀତ ଗ୍ରାମବାସୀ appeared first on Dharitri Odia News.