ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ …

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର କେ. ରାଜେନ୍ଦ୍ର ରେଡ଼ି ଓରଫ ରାଜୁ(୫୧)। ସେ ଗାଁ ସଭାପତି ଥିଲେ। ରାଜେନ୍ଦ୍ର ହତ୍ୟାକାଣ୍ଡ ଘଟଣାରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ […] The post ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ … appeared first on Dharitri Odia News.

ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ …

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର କେ. ରାଜେନ୍ଦ୍ର ରେଡ଼ି ଓରଫ ରାଜୁ(୫୧)। ସେ ଗାଁ ସଭାପତି ଥିଲେ।

ରାଜେନ୍ଦ୍ର ହତ୍ୟାକାଣ୍ଡ ଘଟଣାରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ଼ି(୨୭) ଓ ଏସ୍‌.ଶିବରାମ ରେଡ଼ି(୨୮) । ହତ୍ୟାକାଣ୍ଡ ପରେ ବାଇକ୍‌ରେ ଅଭିଯୁକ୍ତ ସୁବ୍ରତ ଫେରାର ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ରାସ୍ତା ଦୁର୍ଘଟଣାରେ ଆହତ ହେବାରୁ ସେ ଧରାପଡିଲେ। ମୃତକ ରାଜେନ୍ଦ୍ରଙ୍କ ସ୍ତ୍ରୀ କେ. ସୁକାନ୍ତି ରେଡ୍ଡିଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୮୩୬/୨୪) ରୁଜୁ ହୋଇଥିଲା। ଗିରିଫ ଅଭିଯୁକ୍ତଙ୍କଠାରୁ ପୋଲିସ ଘଟଣାରେ ବ୍ୟବହୃତ ଏକ ଛୁରି, ମୋବାଇଲ ଫୋନ୍‌ , ୨ଟି ବାଇକ୍‌ ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ରାଜେନ୍ଦ୍ର, ସୁବ୍ରତ ଓ ଶିବରାମଙ୍କ ମଧ୍ୟରେ ବିଭିନ୍ନ ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଲାଗି ରହୁଥିଲା । ଗତ ୨୦୧୯ ଓ ୨୦୨୧ରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବ୍ରହ୍ମପୁର ସଦର ଥାନାରେ ୨ଟି ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ରବିବାର ବିଳମ୍ବିତ ରାତିରେ ସୁବ୍ରତ ଓ ଶିବରାମ ଦୁହେଁ ମିଶି ରାଜେନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରାଜେନ୍ଦ୍ର ବ୍ରହ୍ମପୁରରୁ କାର୍ଯ୍ୟ ସାରି ବାଇକରେ ସାତପାଣ୍ଡିଆ ଗାଁକୁ ଫେରୁଥିବା ବେଳେ ସୁବ୍ରତ ଓ ଶିବରାମ ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଛକି ରହିଥିଲେ । ରାଜେନ୍ଦ୍ର ସେହି ରାସ୍ତାରେ ଆସୁଥିବା ବେଳେ ଦୁହେଁ ରାଜେନ୍ଦ୍ରଙ୍କୁ ଅଟକାଇବା ସହ ଧାରୁଆ ଛୁରିରେ ରାଜେନ୍ଦ୍ରଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ଏକ ଧାନ ଜମିରେ ରାଜେନ୍ଦ୍ରଙ୍କ ମୃତଦେହ ଫୋପାଡି ଫେରାର ହୋଇ ଯାଇଥିଲେ।

ମୁଖ୍ୟ ଅଭିଯୁକ୍ତ ସୁବ୍ରତ ହତ୍ୟାକାଣ୍ଡ ପରେ ବାଇକ୍‌ରେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ତେବେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଏକ ଅଜଣା ଗାଡି ସହ ଧକ୍କା ହେବାରୁ ସେ ଆହତ ହୋଇଥିଲେ । ଆହତ ସୁବ୍ରତଙ୍କୁ ସ୍ଥାନୀୟ କିଛି ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁଁ ଆମ୍ବୁଲାନ୍ସରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁବ୍ରତ ଉଦ୍ଧାରକାରୀଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଉଦ୍ଧାରକାରୀ ଲୋକ ଘଟଣା ନେଇ ହିଞ୍ଜିଳି ଥାନାକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ଅଭିଯୁକ୍ତ ସୁବ୍ରତଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ଶିବରାମଙ୍କୁ ସାତ ପାଣ୍ଡିଆ ଗାଁରୁ ଗିରଫ କରିଛି।

ଘଟଣାସ୍ଥଳରେ ଆସିକା ଏସଡିପିଓ, ବ୍ରହ୍ମପୁର ସଦର, ହିଞ୍ଜିଳି ଓ ଶେରଗଡ଼ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ସୋମବାର ସକାଳେ ସାଇଣ୍ଟଫିକ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

The post ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ … appeared first on Dharitri Odia News.