ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର,୧ା୧ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ବ୍ଲକର ଦୁଆରଶୁଣି ପଞ୍ଚାୟତର ହଳଦୀସିଲ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ପୃକ୍ତ ଗର୍ବବତୀ ମହିଳା ଜଣକ ହେଲେ ଆଦିବାସୀସାହିର ପୁର୍ତ୍ତିବାସ ମୁଦୁଲିଙ୍କ ସ୍ତ୍ରୀ ଫୁଲ ମୁଦୁଲି (୩୫)। ଗର୍ଭବତୀ ଥିବା ଫୁଲଙ୍କ […] The post ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ appeared first on Dharitri Odia News.

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର,୧ା୧ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ବ୍ଲକର ଦୁଆରଶୁଣି ପଞ୍ଚାୟତର ହଳଦୀସିଲ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ପୃକ୍ତ ଗର୍ବବତୀ ମହିଳା ଜଣକ ହେଲେ ଆଦିବାସୀସାହିର ପୁର୍ତ୍ତିବାସ ମୁଦୁଲିଙ୍କ ସ୍ତ୍ରୀ ଫୁଲ ମୁଦୁଲି (୩୫)। ଗର୍ଭବତୀ ଥିବା ଫୁଲଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ପୁର୍ତ୍ତିବାସ ଗ୍ରାମବାସୀଙ୍କ ସହାୟତାରେ ସ୍ତ୍ରୀଙ୍କୁ ଅଙ୍ଗାରଗୁଡା ଗ୍ରାମ ଛକଯାଏ ଭାରରେ ବୋହି ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କୁ ଏଦିଗରେ ଗ୍ରାମବାସୀ ଡମ ମୁଦୁଲି, କାର୍ତ୍ତିକ ମୁଦୁଲି, ଭାସ୍କର ନାୟକ ଓ ଚନ୍ଦୁ ମୁଦୁଲି ସହାୟତା କରିଥିଲେ। ତେବେ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଗ୍ରାମବାସୀ ସବୁ ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

The post ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ appeared first on Dharitri Odia News.