ଗାଁଠୁ ସହର ରାମମୟ

ଭଦ୍ରକ,୨୨ା୧(ସନାତନ ରାଉତ): ଅଯୋଧ୍ୟାରେ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସୋମବାର ସାରା ଦେଶ ଉତ୍ସବମୁଖର ହୋଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଗାଁଠୁ ସହର ରାମମୟ ହୋଇଛି। ସହରର ସମସ୍ତ ମନ୍ଦିର ପରିସରକୁ ଗେରୁଆ ରଙ୍ଗରେ ସଜ୍ଜିତ କରାଯାଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସମସ୍ତଙ୍କ ଘର ସମ୍ମୁଖରେ କଳସ ବସାଯିବା ସହ ଝୋଟି, ମୁରୁଜ ପଡ଼ିଥିବା ସହରର ଗାନ୍ଧୀପଡ଼ିଆଠାରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାତଃରୁ ମହାଯଜ୍ଞ ଆୟୋଜନ କରାଯାଇଥିଲା। ଏଥିସହ […] The post ଗାଁଠୁ ସହର ରାମମୟ appeared first on Dharitri Odia News.

ଗାଁଠୁ ସହର ରାମମୟ

ଭଦ୍ରକ,୨୨ା୧(ସନାତନ ରାଉତ): ଅଯୋଧ୍ୟାରେ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସୋମବାର ସାରା ଦେଶ ଉତ୍ସବମୁଖର ହୋଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଗାଁଠୁ ସହର ରାମମୟ ହୋଇଛି। ସହରର ସମସ୍ତ ମନ୍ଦିର ପରିସରକୁ ଗେରୁଆ ରଙ୍ଗରେ ସଜ୍ଜିତ କରାଯାଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସମସ୍ତଙ୍କ ଘର ସମ୍ମୁଖରେ କଳସ ବସାଯିବା ସହ ଝୋଟି, ମୁରୁଜ ପଡ଼ିଥିବା ସହରର ଗାନ୍ଧୀପଡ଼ିଆଠାରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାତଃରୁ ମହାଯଜ୍ଞ ଆୟୋଜନ କରାଯାଇଥିଲା।

ଏଥିସହ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଇଭ୍‌ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ସେହିପରି କଚେରି ବଜାର ମୋଚିଛକରେ ଶ୍ରୀରାମଙ୍କ ଫଟୋଚିତ୍ର ରଖି ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏଲ୍‌ଇଡି ଦ୍ୱାରା ଅଯୋଧ୍ୟାର ସିଧାପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା। ବାଲଗୋପାଲ ମନ୍ଦିର, ଚାରିଘରିଆସ୍ଥିତ ଶନି ମନ୍ଦିର, ହନୁମାନ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ପୂଜାପାଠ ସହ ସଂକୀର୍ତ୍ତନ କରାଯାଇଥିଲା।

ନବଜୀବନ କିନ୍ନର ସଂଘ ପକ୍ଷରୁ ଚରମ୍ପା ପଥରଆଡ଼ ଆଦିବାସୀ ସାହିରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ସଂଘର ସଭାପତି ଶ୍ରାବଣୀ କିନ୍ନରଙ୍କ ନେତୃତ୍ୱରେ ରାସ୍ତା ସଫା କରିବା, ସମସ୍ତଙ୍କ ଘରେ ସନ୍ଧ୍ୟାରେ ଦୀପ ଜାଳିବା ପାଇଁ ପରାମର୍ଶ ଦେବା ସହ ମିଠା ବଣ୍ଟନ କରାଯାଇଥିଲା।

The post ଗାଁଠୁ ସହର ରାମମୟ appeared first on Dharitri Odia News.