ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ

ତେନ୍ତୁଳିଖୁଣ୍ଟି, ୧୧।୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ବାମନବସା ଗାଁ। ଏହା ଉପରେ ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏମାନଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ, ପ୍ରାକ୍‌ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା ଅପହଞ୍ଚ। ସ୍ନାନ ଶୌଚ ପାଇଁ ଏକମାତ୍ର ନଳକୂଅ ଭରସା। ଉକ୍ତ ନଳକୂଅ ପାଣି ମଧ୍ୟ ଗୋଳିଆ। ପାହାଡ଼ିଆ ରାସ୍ତା ଦେଇ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ପଡ଼େ। ଫଳରେ ପିଲାମାନେ ସ୍କୁଲ ପୂର୍ବର ଶୈକ୍ଷିକ ବାତାବରଣ ଓ ଗର୍ଭବତୀ, ପ୍ରସୂତିମାନେ ପୁଷ୍ଟିକର ଖାଦ୍ୟ […] The post ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ appeared first on Dharitri Odia News.

ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ

ତେନ୍ତୁଳିଖୁଣ୍ଟି, ୧୧।୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର ବାମନବସା ଗାଁ। ଏହା ଉପରେ ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏମାନଙ୍କ ପାଖରେ ଶୁଦ୍ଧ ପାନୀୟ ଜଳ, ପ୍ରାକ୍‌ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା ଅପହଞ୍ଚ। ସ୍ନାନ ଶୌଚ ପାଇଁ ଏକମାତ୍ର ନଳକୂଅ ଭରସା। ଉକ୍ତ ନଳକୂଅ ପାଣି ମଧ୍ୟ ଗୋଳିଆ। ପାହାଡ଼ିଆ ରାସ୍ତା ଦେଇ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ପଡ଼େ। ଫଳରେ ପିଲାମାନେ ସ୍କୁଲ ପୂର୍ବର ଶୈକ୍ଷିକ ବାତାବରଣ ଓ ଗର୍ଭବତୀ, ପ୍ରସୂତିମାନେ ପୁଷ୍ଟିକର ଖାଦ୍ୟ ପାଇବାରେ ବ୍ୟାପକ ସମସ୍ୟା ଭୋଗିଥାନ୍ତି। ପ୍ରାଥମିକ ସ୍କୁଲ ନ ଥିବାରୁ ମଧ୍ୟ ପିଲାମାନେ ଅସୁବିଧା ଭୋଗ କରୁଛନ୍ତି।
ବାମନବସା ଗାଁରେ ୧୨ରୁ ୧୪ ପରିବାର ରୁହନ୍ତି। ଗ୍ରାମର ଅର୍ଦ୍ଧାଧିକ ଘର ପୁରୁଷ ଶୂନ୍ୟ। କାରଣ ଏଠି କାମ ଅଭାବରୁ ଘରର ପୁରୁଷମାନେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଜିଲା ଓ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ସୋଲାର ବେସଡ୍‌ ପାନୀୟ ଜଳ ବ୍ୟବସ୍ଥା କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳେ। ଗ୍ରାମରେ ୧୪ ପରିବାର ମଧ୍ୟରୁ କାହାରିକୁ କୌଣସି ଯୋଜନାରେ ଘର ମିଳିନାହିଁ। ପ୍ରାକ ୍‌ ବିଦ୍ୟାଳୟ ଶିକ୍ଷା ସାତସପନ। ୩ କି.ମି. ପାହାଡିଆ ପାଦଚଲା ରାସ୍ତା ଦେଇ ପ୍ରାୟ ୪ କି.ମି. ଗଲେ ଝଡ଼ିଆଗୁଡ଼ା ଅଙ୍ଗନବାଡି କେନ୍ଦ୍ର ପଡ଼େ। ପ୍ରାକ୍‌ ବିଦ୍ୟାଳୟ ବିଦ୍ୟାର୍ଥୀ ଓ ଗର୍ଭବତୀଙ୍କୁ ଗ୍ରାମରେ ଅଙ୍ଗନଓ୍ବାଡି କର୍ମୀ ଯାହାକିଛି ଛତୁଆ, ଅଣ୍ଡା ଆଦି ଦେଇଥାନ୍ତି ସେତିକି ହିଁ ସରକାରୀ ପ୍ରାପ୍ୟ। ୨ କି.ମି. ଦୂର ପାପଡ଼ାହାଣ୍ଡି ବ୍ଲକ ଚଚରାପଦରକୁ ପ୍ରାଥମିକ ଶିକ୍ଷା ପାଇଁ ପିଲାମାନଙ୍କୁ ଯିବାକୁ ପଡ଼େ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମାଗଣା ଚାଉଳ ପାଇଁ ୮କି.ମି. ଦୂର ପଞ୍ଚାୟତକୁ ଯିବାକୁ ୩୦ରୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ସରକାରୀ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରାମରେ କେବେ ହୋଇ ନ ଥିବା ଗାଁର ସଦା ଯାନୀ, ପତି ଯାନୀ, କୋମୁଲୁ ଯାନୀ, ବୀରସିଂ ଯାନୀ, ଭୀମ ଯାନୀ, ରୁପା ଯାନୀ ପ୍ରମୁଖ କହିଛନ୍ତି। ରାସ୍ତା ଯାତାୟାତ ଉପଯୋଗୀ ନ ଥିବାରୁ ଶିକ୍ଷାଠୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ହନ୍ତସନ୍ତ ହେଉଥିବା ଗ୍ରାମବାସୀ କହଛନ୍ତି। ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସିଡିପିଓ ବିନିତା ଜେଠୀଙ୍କୁ ପଚାରିବାରୁ ପ୍ରକୃତ ସ୍ଥିତି ଜାଣିନାହିଁ। ବୁଝିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଉକ୍ତ ଗ୍ରାମ ରାସ୍ତା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାଇଲ ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

The post ଗାଁରୁ ୪ କି.ମି. ଅଙ୍ଗନଓ୍ବାଡି, ୩ କି.ମି. ଦୂର ସ୍କୁଲ appeared first on Dharitri Odia News.