ଗାଈକୁ ଘଉଡ଼ାଉଥିଲେ: ଗରମ ଡାଲିହଣ୍ଡାରେ ପଡ଼ି ଗଲେ ରୋଷେୟା

ଜି.ଉଦୟଗିରି,୧୬।୨: କନ୍ଧମାଳ ଜିଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ପଞ୍ଚାୟତ ଡଡ଼ାପଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ରୋଷେଇ ଶାଳ ଡାଲିହଣ୍ଡାରେ ପଡ଼ି ଜଣେ ରୋଷେୟା ଗୁରୁତର ହୋଇଛନ୍ତି। ସେ ହେଲେ କାହ୍ନା ପ୍ରଧାନ(୨୫)। ମିଳିଥିବା ସୂଚନା ମୁତାବକ, ଡଡ଼ାପଡ଼ାରେ ଗୁରୁବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ଅଷ୍ଟପ୍ରହର ରୋଷେଇ ଶାଳରେ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ […] The post ଗାଈକୁ ଘଉଡ଼ାଉଥିଲେ: ଗରମ ଡାଲିହଣ୍ଡାରେ ପଡ଼ି ଗଲେ ରୋଷେୟା appeared first on Dharitri Odia News.

ଗାଈକୁ ଘଉଡ଼ାଉଥିଲେ: ଗରମ ଡାଲିହଣ୍ଡାରେ ପଡ଼ି ଗଲେ ରୋଷେୟା

ଜି.ଉଦୟଗିରି,୧୬।୨: କନ୍ଧମାଳ ଜିଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ପଞ୍ଚାୟତ ଡଡ଼ାପଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ରୋଷେଇ ଶାଳ ଡାଲିହଣ୍ଡାରେ ପଡ଼ି ଜଣେ ରୋଷେୟା ଗୁରୁତର ହୋଇଛନ୍ତି। ସେ ହେଲେ କାହ୍ନା ପ୍ରଧାନ(୨୫)।

ମିଳିଥିବା ସୂଚନା ମୁତାବକ, ଡଡ଼ାପଡ଼ାରେ ଗୁରୁବାର ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଏନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶୁକ୍ରବାର ଅଷ୍ଟପ୍ରହର ରୋଷେଇ ଶାଳରେ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ ଶେବନର ବ୍ୟବସ୍ଥା ହେବା ସହ ରୋଷେଇ କାର୍ଯ୍ୟ ଚାଲିଥିଲା। ରୋଷେୟା କାହ୍ନା ଏଥିରେ ନିୟୋଜିତ ହୋଇଥିଲେ।

ହେଲେ ରୋଷେଇ ଚାଲିଥିବା ବେଳେ ଏକ ଗାଈ ରୋଷେଇ ଶାଳ ଆଡ଼କୁ ଚାଲି ଆସିଥିଲା। ହେଲେ କାହ୍ନା ଗାଈକୁ ଘଉଡାଇବାକୁ ଯାଇଥିଲେ। ସେତିକିବେଳେ କାହ୍ନା କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଡାଲିହଣ୍ଡା ଭିତରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଏକ ଅଟୋ ଯୋଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତ କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ଗାଈକୁ ଘଉଡ଼ାଉଥିଲେ: ଗରମ ଡାଲିହଣ୍ଡାରେ ପଡ଼ି ଗଲେ ରୋଷେୟା appeared first on Dharitri Odia News.