ଗାଈଗୋଠ ପଛେପଛେ ଚାଲି ଆସିଲା ହାତୀଛୁଆ
ଅନୁଗୁଳ: ଗାଈଗୋଠରେ ହାତୀଛୁଆ। ଅନୁଗୁଳ ଗଣ୍ଠିଗାଡ଼ିଆ ଜଙ୍ଗଲରୁ ହାତୀଛୁଆ ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ଗାଁ... The post ଗାଈଗୋଠ ପଛେପଛେ ଚାଲି ଆସିଲା ହାତୀଛୁଆ appeared first on .
ଅନୁଗୁଳ: ଗାଈଗୋଠରେ ହାତୀଛୁଆ। ଅନୁଗୁଳ ଗଣ୍ଠିଗାଡ଼ିଆ ଜଙ୍ଗଲରୁ ହାତୀଛୁଆ ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ଗାଁ ମଧ୍ୟକୁ ପଶିଆସିଥିଲା। ଗାଈ ଗୋଠରେ ହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗାଁ ଲୋକେ। ବନ କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି।
ହାତୀ ଛୁଆର ବୟସ ପ୍ରାୟ ଦୁଇମାସ ହେବ ବୋଲି ଅନୁମାନ କରାଯାଉଛି। ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥିବା ହାତୀପଲ ମଧ୍ଯରେ ଏହି ଦୁଇ ମାସର ହାତୀଛୁଆ ରହିଥିଲା। ଜଙ୍ଗଲରେ ହାତୀଛୁଆକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ। ଜଙ୍ଗଲକୁ ଚରିବାକୁ ଯାଇଥିବା ଗାଈଗୋରୁ ଯାଉଥିବା ବେଳେ ଗୋଠରେ ହାତୀଛୁଆ ଗାଁ ମଧ୍ୟକୁ ପଶି ଆସିଥିଲା। ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ବୁଲିଥିଲା। ଲୋକେ ତାକୁ ବାଲଟିରେ ପାଣି ପିଇବାକୁ ଦେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।
The post ଗାଈଗୋଠ ପଛେପଛେ ଚାଲି ଆସିଲା ହାତୀଛୁଆ appeared first on .