ଗାଙ୍ଗୁଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶାମିଙ୍କ ପୂର୍ବ ସ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୨୧।୮: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି କିଛି ଏପରି ବୟାନ ଦେଇଥିଲେ ଯାହାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଗାଙ୍ଗୁଲି ନିଜ ବୟାନ ଉପରେ ସଫେଇ ଦେଇଥିଲେ। ସେ ନିଜକୁ ସାଇଲେଣ୍ଟ ପ୍ରୋଟେଷ୍ଟ ଭାବରେ ଦେଖାଇ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲ ଫଟୋକୁ କଳା କରିଦେଇଥିଲେ। ଏଥିସହ କୋଲକାତା ବିରୋଧ ପ୍ରଦର୍ଶନରେ ସେ ନିଜେ ସାମିଲ୍ ହେବେ ବୋଲି […] The post ଗାଙ୍ଗୁଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶାମିଙ୍କ ପୂର୍ବ ସ୍ତ୍ରୀ, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୮: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି କିଛି ଏପରି ବୟାନ ଦେଇଥିଲେ ଯାହାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଗାଙ୍ଗୁଲି ନିଜ ବୟାନ ଉପରେ ସଫେଇ ଦେଇଥିଲେ। ସେ ନିଜକୁ ସାଇଲେଣ୍ଟ ପ୍ରୋଟେଷ୍ଟ ଭାବରେ ଦେଖାଇ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲ ଫଟୋକୁ କଳା କରିଦେଇଥିଲେ। ଏଥିସହ କୋଲକାତା ବିରୋଧ ପ୍ରଦର୍ଶନରେ ସେ ନିଜେ ସାମିଲ୍ ହେବେ ବୋଲି ମଧ୍ୟ କହିଛନ୍ତି।
କହିରଖୁଛୁ କି, ଗାଙ୍ଗୁଲି ଏହି ମାମଲାକୁ ନେଇ କହିଥିଲେ କି, କୋଲକାତା ଘଟଣାରେ ଯାହା ହୋଇଛି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ। କିନ୍ତୁ ପୁରା ଦୁନିଆରେ ଏଭଳି ଘଟଣା ଦେଖିବାକୁ ମିଳୁଛି। ତେବେ ଏହି ଘଟଣାରେ କେବଳ ପଶ୍ଚିମବଙ୍ଗ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇବା ଭୁଲ ଅଟେ। ତେବେ ଏହି ଘଟଣାକୁ ନେଇ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର୍ ମହମ୍ମଦ ଶାମିଙ୍କ ପୂର୍ବତନ ସ୍ତ୍ରୀ, ଗାଙ୍ଗୁଲିଙ୍କୁ ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କୁ ତାଜୁବ କରିଦେଇଛି।
ଶାମିଙ୍କ ଏକ୍ସ ସ୍ତ୍ରୀ ଗାଙ୍ଗୁଲିଙ୍କ ପୁରୁଣା ଭିଡିଓ ଶେୟାର କରି କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ପରି ଲୋକଙ୍କ ପାଇଁ ମହିଳା ମନୋରଞ୍ଜନ ଓ ଏଞ୍ଜୟ କରିବାର ଜିନିଷ ଅଟନ୍ତି। ସେଥିପାଇଁ ସେ କହିଛନ୍ତି ଏପରି ବଳାତ୍କାର ଘଟଣା ସାରା ଦେଶରେ ଘଟୁଛି। କହିବାକୁ ଗଲେ ଗାଙ୍ଗୁଲିଙ୍କ ନିଜ ଝିଅ ସୁରକ୍ଷିତ ଅଛନ୍ତି ସେଥିପାଇଁ ଅନ୍ୟ ଝିଅଙ୍କ ଅସୁରକ୍ଷିତ ନେଇ କିଛି ପ୍ରଭାବ ପଡୁନାହିଁ।
The post ଗାଙ୍ଗୁଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶାମିଙ୍କ ପୂର୍ବ ସ୍ତ୍ରୀ, କହିଲେ… appeared first on Dharitri Odia News.