ଗାଜା ଉପରେ ପୁଣି ଭୟଙ୍କର ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍: ୮୫ ମୃତ
ଜେରୁଜେଲମ: ଅସ୍ତ୍ରବିରତୀ ଚୁକ୍ତି ଭାଙ୍ଗିବା ପରେ ଗାଜାରେ ଧ୍ୱଂଶଲୀଳା ଚଳାଇଛି ଇସ୍ରାଏଲ। ଗୁରୁବାର ପୁଣି ଏକ ଏୟାରଷ୍ଟ୍ରାଇକ୍ କରିଛି ଇହୁଦୀ ଦେଶ। ଇସ୍ରାଏଲ ସଦ୍ୟତମ ଏୟାରଷ୍ଟ୍ରାଇକ୍ରେ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଅସ୍ତ୍ରବିରତୀ ଚୁକ୍ତି ଉଲ୍ଲଘଂନ ପରଠୁ ହୋଇଥିବା ଦୁଇଟି ଆକ୍ରମଣରେ ମୋଟ ମୃତ୍ୟୁ ସଂଖ୍ୟା ୫୯୨ ଅତିକ୍ରମ କରିଛି ବୋଲି ଗାଜା ମନ୍ତ୍ରଣାଳୟର ରେକର୍ଡ ମୁଖ୍ୟ ଜାହେର ଅଲ-ୱାହେଦି କହିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଆଉ ଏକ ଏୟାରଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ। ଏଥିରେ ୪୦୦ରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ତେବେ ସଦ୍ୟତମ ଏୟାରଷ୍ଟ୍ରାଇକ୍ ନେଇ ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ଇତିମଧ୍ୟରେ ଇସ୍ରାଏଲ ସେନା ଗାଜା ସହର ସମେତ ଉତ୍ତର ଗାଜାକୁ ପୁଣିଥରେ ବ୍ଲକ୍ କରିଛି। ଉତ୍ତର ଗାଜାରେ ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ମୁଖ୍ୟ ରାଜପଥ ବ୍ୟବହାର ନ କରିବାକୁ ଗାଜାବାସୀଙ୍କୁ ଚେତାବନୀ ମଧ୍ୟ ଦେଇଛି। ତେବେ ଉପକୂଳବର୍ତ୍ତୀ ରାସ୍ତା ଦେଇ ଲୋକମାନେ କେବଳ ଦକ୍ଷିଣାଞ୍ଚଳକୁ ଯାଇପାରିବେ ବୋଲି ଇସ୍ରାଏଲ୍ ନିର୍ଦ୍ଦେଶ ଜାରି କରିଛି। କେବଳ ସେତିକି ନୁହେଁ, ଇସ୍ରାଏଲ ସେନା ମଧ୍ୟ ଉତ୍ତର ଗାଜାରେ ବେଟ ଲାହିଆ ସହରରେ ସ୍ଥଳ ସେନା ଦ୍ୱାରା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ଏହି ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣରେ ସହର ଏକପ୍ରକାର ଧ୍ୱଂଶ ହୋ
ଜେରୁଜେଲମ: ଅସ୍ତ୍ରବିରତୀ ଚୁକ୍ତି ଭାଙ୍ଗିବା ପରେ ଗାଜାରେ ଧ୍ୱଂଶଲୀଳା ଚଳାଇଛି ଇସ୍ରାଏଲ। ଗୁରୁବାର ପୁଣି ଏକ ଏୟାରଷ୍ଟ୍ରାଇକ୍ କରିଛି ଇହୁଦୀ ଦେଶ। ଇସ୍ରାଏଲ ସଦ୍ୟତମ ଏୟାରଷ୍ଟ୍ରାଇକ୍ରେ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଅସ୍ତ୍ରବିରତୀ ଚୁକ୍ତି ଉଲ୍ଲଘଂନ ପରଠୁ ହୋଇଥିବା ଦୁଇଟି ଆକ୍ରମଣରେ ମୋଟ ମୃତ୍ୟୁ ସଂଖ୍ୟା ୫୯୨ ଅତିକ୍ରମ କରିଛି ବୋଲି ଗାଜା ମନ୍ତ୍ରଣାଳୟର ରେକର୍ଡ ମୁଖ୍ୟ ଜାହେର ଅଲ-ୱାହେଦି କହିଛନ୍ତି।
ଏହା ପୂର୍ବରୁ ମଙ୍ଗଳବାର ଆଉ ଏକ ଏୟାରଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ। ଏଥିରେ ୪୦୦ରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ତେବେ ସଦ୍ୟତମ ଏୟାରଷ୍ଟ୍ରାଇକ୍ ନେଇ ଇସ୍ରାଏଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
ଇତିମଧ୍ୟରେ ଇସ୍ରାଏଲ ସେନା ଗାଜା ସହର ସମେତ ଉତ୍ତର ଗାଜାକୁ ପୁଣିଥରେ ବ୍ଲକ୍ କରିଛି। ଉତ୍ତର ଗାଜାରେ ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ମୁଖ୍ୟ ରାଜପଥ ବ୍ୟବହାର ନ କରିବାକୁ ଗାଜାବାସୀଙ୍କୁ ଚେତାବନୀ ମଧ୍ୟ ଦେଇଛି। ତେବେ ଉପକୂଳବର୍ତ୍ତୀ ରାସ୍ତା ଦେଇ ଲୋକମାନେ କେବଳ ଦକ୍ଷିଣାଞ୍ଚଳକୁ ଯାଇପାରିବେ ବୋଲି ଇସ୍ରାଏଲ୍ ନିର୍ଦ୍ଦେଶ ଜାରି କରିଛି।

କେବଳ ସେତିକି ନୁହେଁ, ଇସ୍ରାଏଲ ସେନା ମଧ୍ୟ ଉତ୍ତର ଗାଜାରେ ବେଟ ଲାହିଆ ସହରରେ ସ୍ଥଳ ସେନା ଦ୍ୱାରା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ଏହି ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣରେ ସହର ଏକପ୍ରକାର ଧ୍ୱଂଶ ହୋଇଯାଇଛି।
ଜାନୁଆରୀରେ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧବିରତି ନେଇ ଚୁକ୍ତି ହେବା ପରେ ଲକ୍ଷ ଲକ୍ଷ ପାଲେଷ୍ଟାଇନ ନାଗରିକ ଉତ୍ତର ଗାଜାକୁ ଫେରି ଆସିଥିଲେ। ହେଲେ ମଙ୍ଗଳବାର ଇସ୍ରାଏଲ ଗାଜାରେ ବ୍ୟାପକ ଏୟାରଷ୍ଟ୍ରାଇକ୍ କରିଥିଲା। ଫଳରେ ଏଥିରେ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି ଇସ୍ରାଏଲ୍।
ପଢନ୍ତୁ- ପୁଟିନଙ୍କ ସହ ଆଲୋଚନା ପରେ ଜେଲେନସ୍କି-ଟ୍ରମ୍ପଙ୍କ ମଧ୍ୟରେ କଥାବର୍ତ୍ତା, ଯୁଦ୍ଧବିରତି ଉପରେ କଲେ ଚର୍ଚ୍ଚା
ସେପଟେ ଇସ୍ରାଏଲ ଅଭିଯୋଗ କରିଛି ଯେ ପୂର୍ବ ଚୁକ୍ତିନାମାଠାରୁ ଭିନ୍ନ ଏକ ନୂଆ ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କରିଥିଲା। ଏବଂ ପୁଣି ଥରେ ହିଂସା ଆରମ୍ଭ କରିଥିଲା। ତେଣୁ ଆମେ ଏହି ଆକ୍ରମଣ କରିଛୁ। ସୂଚନା ଥାଉକି ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିଲା। ସେତେବେଳେ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଉଭୟ ସ୍ଥଳ ଓ ଆକାଶ ମାର୍ଗରେ ଆକ୍ରମଣ କରିଥିଲା। ଏଥିରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯାହାର ପ୍ରତିଶୋଧ ନେଇ ଇସ୍ରାଏଲ ଗାଜାର ହଜାର ହଜାର ଲୋକଙ୍କୁ ମାରି ସାରିଲାଣି।