ଗାଜା ସ୍ଥିତି ନେଇ ବିବୃତି ଜାରି କଲା ଭାରତ

ନୂଆଦିଲ୍ଲୀ: ଗାଜା ଉପ‌ରେ ଇସ୍ରାଏଲ ବିମାନ ଆକ୍ରମଣ କରିବାର ଦିନକ ପରେ ଆଜି ଭାରତ ଗାଜା ସ୍ଥିତି ଉପରେ ଏକ ବିବୃତି ଜାରି କରିଛି। ଗାଜାରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଅନୁ‌ରୋଧ କରି ଭାରତ ଏକ ବିବୃତି ଜାରି କରିଛି। ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ଆମେ ଗାଜାର ସ୍ଥିତିକୁ ନେଇ ଅତ୍ୟନ୍ତ ଚିନ୍ତାରେ ଅଛୁ। ସମସ୍ତ ପଣବନ୍ଦୀ ମୁକ୍ତ ହେବା ଆବଶ୍ୟକ। ଆମେ […]

ଗାଜା ସ୍ଥିତି ନେଇ ବିବୃତି ଜାରି କଲା ଭାରତ

ନୂଆଦିଲ୍ଲୀ: ଗାଜା ଉପ‌ରେ ଇସ୍ରାଏଲ ବିମାନ ଆକ୍ରମଣ କରିବାର ଦିନକ ପରେ ଆଜି ଭାରତ ଗାଜା ସ୍ଥିତି ଉପରେ ଏକ ବିବୃତି ଜାରି କରିଛି। ଗାଜାରେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଅନୁ‌ରୋଧ କରି ଭାରତ ଏକ ବିବୃତି ଜାରି କରିଛି। ବି‌ଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ଆମେ ଗାଜାର ସ୍ଥିତିକୁ ନେଇ ଅତ୍ୟନ୍ତ ଚିନ୍ତାରେ ଅଛୁ। ସମସ୍ତ ପଣବନ୍ଦୀ ମୁକ୍ତ ହେବା ଆବଶ୍ୟକ। ଆମେ ମଧ୍ୟ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ଜାରି ରଖିବା ପାଇଁ କହୁଛୁ। ଉଲ୍ଲେଖଯୋଗ୍ୟ ଯେ ଗାଜା ଉପରେ ଇସ୍ରାଏଲ ଗତକାଲି ବିମାନ ଆକ୍ରମଣ କରିବାପରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ( ଆଇଡିଏଫ୍‌) ଘୋଷଣା କରି କହିଛି ଯେ ସେମାନେ ଗାଜା ଷ୍ଟ୍ରିପ୍‌ରେ ଆତଙ୍କବାଦୀ ଆଡ଼ା ସ୍ଥଳ ଗୁଡ଼ିକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷେ ଗାଜା ମନ୍ତ୍ରାଳୟ ପକ୍ଷରୁ ଦାବି ହୋଇଛି ଯେ ଇସ୍ରାଏଲ ଜାତିସଂଘ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି ଏବଂ ଏଥିରେ ଜଣେ ବିଦେଶ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି।