ଗାଜାର ଖାନ୍ ୟୁନିସ୍ରେ ଇସ୍ରାଏଲର ବୋମାମାଡ଼; ୨୦ ମୃତ
ଗାଜା: ଗାଜାର ଖାନ୍ ୟୁନିସ ଅଂଚଳରେ ଇସ୍ରାଏଲ ଦୁଇଟି ପର୍ଯ୍ୟାୟରେ ବିମାନ ଆକ୍ରମଣ କରିଛି । କେତେକ ନିର୍ଦ୍ଦିଷ୍ଟ କୋଠାକୁ ଟାର୍ଗେଟ୍ କରି ବୋମାମାଡ଼ ହେବାପରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଜାତିସଂଘ କହିଛି ଯେ ଇସ୍ରାଏଲ ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥଇଥାନ ଓ ରିଲିଫ୍ ବଣ୍ଟନରେ ଭୀଷଣ ସମସ୍ୟା ଉପୁଜୁଛି। ଜାତିସଂଘର ଅପରେସନ୍ ସେଣ୍ଟର ସ୍ଥାପନ ହୋଇଥିବା ଡେଇର୍ ଏଲ୍ ବାଲାହକୁ ଇସ୍ରାଏଲ ସେନା ଟାର୍ଗେଟ୍ କରି ବୋମାମାଡ଼ କରୁଥିବାରୁ ଭୟାନକ […]

ଗାଜା: ଗାଜାର ଖାନ୍ ୟୁନିସ ଅଂଚଳରେ ଇସ୍ରାଏଲ ଦୁଇଟି ପର୍ଯ୍ୟାୟରେ ବିମାନ ଆକ୍ରମଣ କରିଛି । କେତେକ ନିର୍ଦ୍ଦିଷ୍ଟ କୋଠାକୁ ଟାର୍ଗେଟ୍ କରି ବୋମାମାଡ଼ ହେବାପରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଜାତିସଂଘ କହିଛି ଯେ ଇସ୍ରାଏଲ ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଥଇଥାନ ଓ ରିଲିଫ୍ ବଣ୍ଟନରେ ଭୀଷଣ ସମସ୍ୟା ଉପୁଜୁଛି। ଜାତିସଂଘର ଅପରେସନ୍ ସେଣ୍ଟର ସ୍ଥାପନ ହୋଇଥିବା ଡେଇର୍ ଏଲ୍ ବାଲାହକୁ ଇସ୍ରାଏଲ ସେନା ଟାର୍ଗେଟ୍ କରି ବୋମାମାଡ଼ କରୁଥିବାରୁ ଭୟାନକ ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା ଗାଜାର ଏକ ଟନେଲ୍ରୁ ଜଣେ ପଣବନ୍ଦୀଙ୍କୁ ଉଦ୍ଧାର କରିଛନ୍ତି। ୫୨ ବର୍ଷୀୟ କୈଦ ଫର୍ହାନ ଜଣେ ଇସ୍ରାଏଲୀ ନାଗରିକ ଏବଂ ତାଙ୍କୁ ଗତବର୍ଷ ଅକ୍ଟୋବର ୭ ତାରିଖରେ ହମାସ୍ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ।