ଗାଜାର ସଡ଼କରେ ସାଧାରଣ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ , ହାତରେ ପ୍ଲାକାର୍ଡ ଧରି ଦେଲେ ‘ହମାସ ଆଉଟ୍’ ନାରା

ଗାଜା : ଗାଜା ପଟ୍ଟିରେ ମଙ୍ଗଳବାର ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ପିଲା , ବୟସ୍କ ଲୋକ ଓ ଯୁବକଯୁବତୀ ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ସଡ଼କକୁ ଓହ୍ଲାଇ ଥିଲେ। ଏହି ଲୋକେ ହମାସ ବିରୋଧରେ ନାରାବାଜି କରୁଥିଲେ ଏବଂ ଯୁଦ୍ଧ ବନ୍ଦ କରିବାକୁ ଦାବି କରୁଥିଲେ। ଦକ୍ଷିଣୀ ଗାଜାର ଖାନ ୟୁନିସ୍‌ ଅଞ୍ଚଳରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ବେଳେ ‘ହମାସ ଆଉଟ୍‌’ ଓ ‘ଷ୍ଟପ୍‌ ଦ ବ୍ଲଡ୍‌ ଟ୍ରେଡ୍‌’ ଭଳି ନାରା ଗୁଞ୍ଜରିତ ହୋଇ ଉଠିଲା। ମାର୍ଚ୍ଚ ଓ ଅପ୍ରେଲରେ ବିରୋଧ ପ୍ରଦର୍ଶନରେ ହମାସର ଦୃଢ କାର୍ଯ୍ୟାନୁଷ୍ଠାନ ପରେ ଏହା ପ୍ରଥମଥର, ଯେବେ ଗାଜାରେ ଖୋଲାଖୋଲି ହମାସ ବିରୋଧୀ ପ୍ରଦର୍ଶନ ହେଉଛି। ସ୍ଥାନୀୟ ମିଡ଼ିଆ ଆଉଟଲେଟ୍‌ ଦ୍ୱାରା ଜାରି ଫୁଟେଜ୍‌ରେ ବିରୋଧ ପ୍ରଦର୍ଶନକାରୀଙ୍କୁ ‘ ‘ହମାସ ଆଉଟ୍‌’ର ନାରା ଦେବାର ଶୁଣା ଯାଇପାରେ। ଜଣେ ବିରୋଧ ପ୍ରଦର୍ଶନକାରୀଙ୍କ ହାତରେ ପ୍ଲାକାର୍ଡ ଥିଲା , ଯେଉଁଥିରେ ଲେଖା ଥିଲା , ଷ୍ଟପ୍ ଦ ୱାର , ଆଉ ଜଣଙ୍କ ହାତରେ ପ୍ଲାକାର୍ଡରେ ଲେଖା ଥିଲା – ଷ୍ଟପ୍‌ ଦ ବ୍ଲଡ୍‌ ଟ୍ରେଡ୍‌। ପ୍ରଥମଥର ଖୋଲାଖୋଲି ବିରୋଧ – ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ଅନୁସାରେ , ଏହି ବିରୋଧ ପ୍ରଦର୍ଶନ ଏଥିପାଇଁ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି, କାରଣ ମାର୍ଚ୍ଚ ଓ ଅପ୍ରେଲ ମାସରେ ଯେତେବେଳେ ଗାଜାରେ ଲୋକେ ପରିସ୍ଥିତି ବିରୋଧରେ ସ୍ୱର ଉଠାଉ ଥିଲେ, ତ ହମାସ ଏହି ପ୍ରଦର୍ଶନକୁ ବର୍ବରତାର ସହ ଦମନ କରିଥି

ଗାଜାର ସଡ଼କରେ ସାଧାରଣ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ , ହାତରେ ପ୍ଲାକାର୍ଡ ଧରି ଦେଲେ ‘ହମାସ ଆଉଟ୍’ ନାରା

ଗାଜା : ଗାଜା ପଟ୍ଟିରେ ମଙ୍ଗଳବାର ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ପିଲା , ବୟସ୍କ ଲୋକ ଓ ଯୁବକଯୁବତୀ ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ସଡ଼କକୁ ଓହ୍ଲାଇ ଥିଲେ। ଏହି ଲୋକେ ହମାସ ବିରୋଧରେ ନାରାବାଜି କରୁଥିଲେ ଏବଂ ଯୁଦ୍ଧ ବନ୍ଦ କରିବାକୁ ଦାବି କରୁଥିଲେ। ଦକ୍ଷିଣୀ ଗାଜାର ଖାନ ୟୁନିସ୍‌ ଅଞ୍ଚଳରେ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ବେଳେ ‘ହମାସ ଆଉଟ୍‌’ ଓ ‘ଷ୍ଟପ୍‌ ଦ ବ୍ଲଡ୍‌ ଟ୍ରେଡ୍‌’ ଭଳି ନାରା ଗୁଞ୍ଜରିତ ହୋଇ ଉଠିଲା। ମାର୍ଚ୍ଚ ଓ ଅପ୍ରେଲରେ ବିରୋଧ ପ୍ରଦର୍ଶନରେ ହମାସର ଦୃଢ କାର୍ଯ୍ୟାନୁଷ୍ଠାନ ପରେ ଏହା ପ୍ରଥମଥର, ଯେବେ ଗାଜାରେ ଖୋଲାଖୋଲି ହମାସ ବିରୋଧୀ ପ୍ରଦର୍ଶନ ହେଉଛି। 

ସ୍ଥାନୀୟ ମିଡ଼ିଆ ଆଉଟଲେଟ୍‌ ଦ୍ୱାରା ଜାରି ଫୁଟେଜ୍‌ରେ ବିରୋଧ ପ୍ରଦର୍ଶନକାରୀଙ୍କୁ ‘ ‘ହମାସ ଆଉଟ୍‌’ର ନାରା ଦେବାର ଶୁଣା ଯାଇପାରେ। ଜଣେ ବିରୋଧ ପ୍ରଦର୍ଶନକାରୀଙ୍କ ହାତରେ ପ୍ଲାକାର୍ଡ ଥିଲା , ଯେଉଁଥିରେ ଲେଖା ଥିଲା , ଷ୍ଟପ୍ ଦ ୱାର , ଆଉ ଜଣଙ୍କ ହାତରେ ପ୍ଲାକାର୍ଡରେ ଲେଖା ଥିଲା – ଷ୍ଟପ୍‌ ଦ ବ୍ଲଡ୍‌ ଟ୍ରେଡ୍‌। 

ପ୍ରଥମଥର ଖୋଲାଖୋଲି ବିରୋଧ – 

ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ଅନୁସାରେ , ଏହି ବିରୋଧ ପ୍ରଦର୍ଶନ ଏଥିପାଇଁ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି, କାରଣ ମାର୍ଚ୍ଚ ଓ ଅପ୍ରେଲ ମାସରେ ଯେତେବେଳେ ଗାଜାରେ ଲୋକେ ପରିସ୍ଥିତି ବିରୋଧରେ ସ୍ୱର ଉଠାଉ ଥିଲେ, ତ ହମାସ ଏହି ପ୍ରଦର୍ଶନକୁ ବର୍ବରତାର ସହ ଦମନ କରିଥିଲା।

ଏହାପରେ ଏହା ପ୍ରଥମ ଥର ଯେତେବେଳେ ଲୋକେ ପୁଣି ଥରେ ରାସ୍ତାକୁ ଓହ୍ଲାଇ ଥିଲେ ଏବଂ ସିଧା ହମାସର ପାୱାର ଓ ପଲିଟିକ୍ସ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଗାଜାରେ ଏହି ସମୟରେ ମାନବୀୟ ସଙ୍କଟ ଗଭୀର ହୋଇଛି , ବିଦ୍ୟୁତ୍ ଓ ପାଣିର ବିରାଟ ଅଭାବ , ଖାଦ୍ୟାଭାବ ଓ ଲଗାତାର ସଂଘର୍ଷରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏମିତି ସ୍ଥିତିରେ ସାଧାରଣ ଲୋକଙ୍କ ଏହି ପ୍ରତିବାଦ ଏହି ଆଡ଼ରୁ ଇସାରା କରୁଛି ଯେ, ହମାସ ପ୍ରତି ଜନସମର୍ଥନରେ ଫାଟ ସୃଷ୍ଟି ହୋଇଛି। 

ଗାଜାରେ ହମାସ ବିରୋଧରେ ସ୍ୱର ଉଠିବା ,ଯାହା ତାର ନିୟନ୍ତ୍ରଣରେ ଅଛି, ଏକ ବଡ଼ ଓ ଅସାଧାରଣ ଘଟଣା। ଏହା କେବଳ ଗାଜାର ଲୋକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦର୍ଶାଏ ନାହିଁ ବରଂ ଏହା ମଧ୍ୟ ସୂଚିତ କରେ ଯେ, ଯୁଦ୍ଧରେ କ୍ଲାନ୍ତ ଲୋକମାନେ ଏବେ ଶାନ୍ତି ଓ ପରିବର୍ତ୍ତନ ଚାହୁଁଛନ୍ତି।