ଗାଜାରେ ଖାଦ୍ୟ ସଂକଟ; ପ୍ୟାକେଟ୍ ଖାଦ୍ୟ ଆଣିବା ବେଳେ ସମୁଦ୍ର ବୁଡ଼ି ୧୮ ମୃତ

ଗାଜା ସିଟି, ୨୮/୩: ଇସ୍ରାଏଲ-ହମାସ୍‌ ଯୁଦ୍ଧ ପାଇଁ ଅନାହାରରେ ୨୩ ଲକ୍ଷ ଲୋକ । ଗାଜାର ଯୁଦ୍ଧଭୂମିରେ ରାଜୁତି କରୁଛି ଭୋକ । ଲୋକଙ୍କ ପାଖରେ ପହଞ୍ଚି ପାରୁନି ଜରୁରୀ ସାମଗ୍ରୀ । ଭୋକରେ ଆଉଟୁପାଉଟୁ ହେଇଛନ୍ତି ଲୋକେ । ପାଣି ବୁନ୍ଦେ, ଖାଦ୍ୟ ଟିକିଏ ପାଇଁ ନିଜ ଜୀବନ ବି ବାଜିରେ ଲଗାଉଛନ୍ତି । ଯୁଦ୍ଧରୁ ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧଭୂମିରୁ  ଦୂରେଇ ଥିଲେ ବି ଭୋକ କବଳରୁ ପ୍ରାଣ ରକ୍ଷା କରିବା ଆହୁରି କଷ୍ଟକର ହୋଇପଡ଼ିଛି । ମଙ୍ଗଳବାର ଘଟିଥିବା  ହୃଦୟ ବିଦାରକ ଦୃଶ୍ୟ ଏହାର ଜ୍ୱଳନ୍ତ ଉଦାହରଣ । ଉତ୍ତର  ଗାଜାରୁ ବେଟ୍‌ ଲାହିୟାରେ ବିମାନ ଯୋଗେ ଖାଦ୍ୟ ପ୍ୟାକେଟ ପକା ଯାଉଥିବାବେଳେ ତାହା ସମୁଦ୍ରରେ ପଡ଼ିଥିଲା । ସେହି  ପ୍ୟାକେଟ ପାଇବା ଉଦ୍ୟମ ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।  ସେମାନଙ୍କ ମଧ୍ୟରୁ ୧୨ ଜଣ ସମୁଦ୍ରରେ ବୁଡ଼ି ଯାଇଥିବାବେଳେ ୬ ଜଣ ଦଳାଚକଟାରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ଆମେରିକା ପକ୍ଷରୁ ଗାଜାକୁ ୮୦ ବଣ୍ଡଲ ଖାଦ୍ୟ ପଠାଯାଇଥିଲା । ପାରାସୁଟ୍‌ ଯୋଗେ ତାହାକୁ ଆକାଶମାର୍ଗରୁ ଗାଜାରେ ପକାଯିବାର ଥିଲା । କିନ୍ତୁ ୩ ଖାଦ୍ୟ ବଣ୍ଡଲରେ  ଲାଗିଥିବା ପାରାସୁଟ୍‌ରେ ତ୍ରୁଟି ଦେଖାଯାଇଥିଲା । ଫଳରେ ୩ଟି ଯାକ ବଣ୍ଡଲ୍‌ ସମୁଦ୍ରରେ ଖସିପଡ଼ିଥିଲା । ତେବେ ପାଣି ଭିତରୁ  ସେହି ଖାଦ୍ୟ ଗୋଟାଇଆଣିବାକୁ ଗାଜାବାସୀଙ୍କ ମଧ୍ୟରେ ଧାଁଦୌଡ଼ ଲାଗିଥିଲା । ଅନେକେ ସମୁଦ୍ର ଭିତରକୁ ପଶିଯାଇଥିଲେ । ଏ  ନେଇ ପାଲେଷ୍ଟାଇନ ସରକାରଙ

ଗାଜାରେ ଖାଦ୍ୟ ସଂକଟ; ପ୍ୟାକେଟ୍ ଖାଦ୍ୟ ଆଣିବା ବେଳେ ସମୁଦ୍ର ବୁଡ଼ି ୧୮ ମୃତ

ଗାଜା ସିଟି, ୨୮/୩: ଇସ୍ରାଏଲ-ହମାସ୍‌ ଯୁଦ୍ଧ ପାଇଁ ଅନାହାରରେ ୨୩ ଲକ୍ଷ ଲୋକ । ଗାଜାର ଯୁଦ୍ଧଭୂମିରେ ରାଜୁତି କରୁଛି ଭୋକ । ଲୋକଙ୍କ ପାଖରେ ପହଞ୍ଚି ପାରୁନି ଜରୁରୀ ସାମଗ୍ରୀ । ଭୋକରେ ଆଉଟୁପାଉଟୁ ହେଇଛନ୍ତି ଲୋକେ । ପାଣି ବୁନ୍ଦେ, ଖାଦ୍ୟ ଟିକିଏ ପାଇଁ ନିଜ ଜୀବନ ବି ବାଜିରେ ଲଗାଉଛନ୍ତି । ଯୁଦ୍ଧରୁ ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧଭୂମିରୁ  ଦୂରେଇ ଥିଲେ ବି ଭୋକ କବଳରୁ ପ୍ରାଣ ରକ୍ଷା କରିବା ଆହୁରି କଷ୍ଟକର ହୋଇପଡ଼ିଛି । ମଙ୍ଗଳବାର ଘଟିଥିବା  ହୃଦୟ ବିଦାରକ ଦୃଶ୍ୟ ଏହାର ଜ୍ୱଳନ୍ତ ଉଦାହରଣ । ଉତ୍ତର  ଗାଜାରୁ ବେଟ୍‌ ଲାହିୟାରେ ବିମାନ ଯୋଗେ ଖାଦ୍ୟ ପ୍ୟାକେଟ ପକା ଯାଉଥିବାବେଳେ ତାହା ସମୁଦ୍ରରେ ପଡ଼ିଥିଲା । ସେହି  ପ୍ୟାକେଟ ପାଇବା ଉଦ୍ୟମ ବେଳେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।  ସେମାନଙ୍କ ମଧ୍ୟରୁ ୧୨ ଜଣ ସମୁଦ୍ରରେ ବୁଡ଼ି ଯାଇଥିବାବେଳେ ୬ ଜଣ ଦଳାଚକଟାରେ ପ୍ରାଣ ହରାଇଛନ୍ତି । 

ସୂଚନା ଅନୁସାରେ, ଆମେରିକା ପକ୍ଷରୁ ଗାଜାକୁ ୮୦ ବଣ୍ଡଲ ଖାଦ୍ୟ ପଠାଯାଇଥିଲା । ପାରାସୁଟ୍‌ ଯୋଗେ ତାହାକୁ ଆକାଶମାର୍ଗରୁ ଗାଜାରେ ପକାଯିବାର ଥିଲା । କିନ୍ତୁ ୩ ଖାଦ୍ୟ ବଣ୍ଡଲରେ  ଲାଗିଥିବା ପାରାସୁଟ୍‌ରେ ତ୍ରୁଟି ଦେଖାଯାଇଥିଲା । ଫଳରେ ୩ଟି ଯାକ ବଣ୍ଡଲ୍‌ ସମୁଦ୍ରରେ ଖସିପଡ଼ିଥିଲା । ତେବେ ପାଣି ଭିତରୁ  ସେହି ଖାଦ୍ୟ ଗୋଟାଇଆଣିବାକୁ ଗାଜାବାସୀଙ୍କ ମଧ୍ୟରେ ଧାଁଦୌଡ଼ ଲାଗିଥିଲା । ଅନେକେ ସମୁଦ୍ର ଭିତରକୁ ପଶିଯାଇଥିଲେ । ଏ  ନେଇ ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି, ବିମାନ   ଯୋଗେ ରିଲିଫ୍‌ ସାମଗ୍ରୀ ବଣ୍ଟନ ଫଳପ୍ରଦ ହେଉନାହିଁ । ତାହାକୁ  ତୁରନ୍ତ ବନ୍ଦ କରାଯାଉଛି । ସହାୟତା ଏଜେନ୍ସିଗୁଡ଼ିକର କହିବା ମୁତାବକ, ଗାଜା ପାଇଁ ବାହାରୁ ଆସୁଥିବା ଜରୁରି ସାମଗ୍ରୀର କେବଳ ଏକ ପଞ୍ଚମାଂଶ ହିଁ ପହଞ୍ଚିପାରୁଛି ।   ଇସ୍ରାଏଲ ପକ୍ଷରୁ ଆକାଶମାର୍ଗ ଏବଂ ସ୍ଥଳଭାଗରେ ଆକ୍ରମଣ ଜାରିରହିଛି । ଏଥିଯୋଗୁ ଗାଜା ଛାରଖାର ହୋଇଯାଇଛି । ଗାଜାର  କେତେକ ସ୍ଥାନରେ ଅକାଳ ସ୍ଥିତି ସୃଷ୍ଟି ହୋଇଛି । ଜାତିସଂଘରେ   ପାଲେଷ୍ଟାଇନର ସ୍ୱତନ୍ତ୍ର ରାଷ୍ଟ୍ରଦୂତର ଫ୍ରାନ୍ସେସ୍‌କୋ ଆଲ୍‌ବାନିଜ୍‌  କହିଛନ୍ତି, ଗତ ୫ ମାସ ଭିତରେ ଇସ୍ରାଏଲ ଗାଜା ଉପରେ ୨୫ ହଜାର ଟନ୍‌ର ବିସ୍ଫୋରକ ବ୍ୟବହାର କରିଛି, ଯାହା କି  ଦୁଇ ପରମାଣୁ ବୋମା ସହ ସମାନ ।