ଗାଜାରେ ସିକ୍ରେଟ୍ ଡିଲ୍ ! ସମସ୍ତ ବନ୍ଧକଙ୍କୁ ମୁକ୍ତ ବଦଳରେ ହମାସ ଚିଫ୍ଙ୍କୁ ନେବ ଇସ୍ରାଏଲ
ନୂଆଦିଲ୍ଲୀ: ଗାଜାର ସିକ୍ରେଟ୍ ଡିଲରେ ରାଜି ଇସ୍ରାଏଲ। ବଡ଼ ସର୍ତ୍ତ ରଖିଛି ନେତାନ୍ୟାହୁଙ୍କ ସରକାର। ପାଖାପାଖି ଗୋଟିଏ ବର୍ଷ ଧରି ରକ୍ତର ଯୁଦ୍ଧ ପରେ ହମାସ-ଇସ୍ରାଏଲ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। ଇସ୍ରାଏଲ ମିଡିଆରେ କୁହାଯାଇଛି ଯେ ହମାସ-ଇସ୍ରାଏଲ ମଧ୍ୟରେ ହୋଇଥିବା ନୂଆ ବୁଝାମଣା ଅନୁଯାୟୀ ସମସ୍ତ ବନ୍ଧକଙ୍କୁ ମୁକ୍ତି ପାଇଁ ରାସ୍ତା ଖୋଲିଛି। ହମାସ ଲିଡର୍ ୟାହ୍ୱା ସିନଓ୍ୱାର ଓ ତାଙ୍କ ସହଯୋଗୀଙ୍କ ଜୀବନ ବଦଳରେ ସମସ୍ତ ବନ୍ଧକଙ୍କୁ ମୁକ୍ତ ପାଇଁ ରାଜି ହୋଇଛନ୍ତି। ରିପୋର୍ଟ ଅନୁସାରେ ଇସ୍ରାଏଲ ଜେଲରେ ବନ୍ଦୀ ଥିବା ଆତଙ୍କୀଙ୍କୁ ମୁକ୍ତ କରିବାକୁ ହେଲେ ସିନଓ୍ୱାର ଓ ଅନ୍ୟ ହମାସ ଆତଙ୍କୀଙ୍କୁ ଅନ୍ୟ କେଉଁ ଦେଶକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।ସିକ୍ରେଟ ଡିଲ୍ ଅନୁସାରେ ହମାସରେ ଥିବା ସମସ୍ତ ବନ୍ଧକଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ତୁରନ୍ତ ଇସ୍ରାଏଲକୁ ହସ୍ତାନ୍ତର କରିବେ। ଏହାର ପ୍ରତିବଦଳରେ ଇସ୍ରାଏଲରେ ବନ୍ଦୀ ଥିବା ହମାସ ଆତଙ୍କୀଙ୍କୁ ମୁକ୍ତ କରାଯିବ। ଏହା ସହ ୟାହ୍ୱା ସିନଓ୍ୱାର କୋଣସି ଅନ୍ୟ ଦେଶକୁ ଚାଲିଯିବେ। ଅର୍ଥାତ ହମାସରୁ ତାଙ୍କୁ ନିର୍ବାସିତ ହେବାକୁ ପଡ଼ିବ। ତେବେ ଇସ୍ରାଏଲ ସେନା ଗାଜାରୁ ହଟିବ ପାଇଁ ସହମତ ହୋଇଛନ୍ତି। କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ବହୁରାଷ୍ଟ୍ରୀୟ ସେନା ଗଠନ କରାଯିବ। ଯାହା ଗାଜାର ମାଟି ତଳେ ଥିବା ହମାସର ରକେଟ ଭଣ୍ଡାର ଓ ବିସ୍ଫୋରକ ସୁଡଙ୍ଗକୁ ନଷ୍ଟ କରିବ।ସେପଟ
ନୂଆଦିଲ୍ଲୀ: ଗାଜାର ସିକ୍ରେଟ୍ ଡିଲରେ ରାଜି ଇସ୍ରାଏଲ। ବଡ଼ ସର୍ତ୍ତ ରଖିଛି ନେତାନ୍ୟାହୁଙ୍କ ସରକାର। ପାଖାପାଖି ଗୋଟିଏ ବର୍ଷ ଧରି ରକ୍ତର ଯୁଦ୍ଧ ପରେ ହମାସ-ଇସ୍ରାଏଲ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। ଇସ୍ରାଏଲ ମିଡିଆରେ କୁହାଯାଇଛି ଯେ ହମାସ-ଇସ୍ରାଏଲ ମଧ୍ୟରେ ହୋଇଥିବା ନୂଆ ବୁଝାମଣା ଅନୁଯାୟୀ ସମସ୍ତ ବନ୍ଧକଙ୍କୁ ମୁକ୍ତି ପାଇଁ ରାସ୍ତା ଖୋଲିଛି।
ହମାସ ଲିଡର୍ ୟାହ୍ୱା ସିନଓ୍ୱାର ଓ ତାଙ୍କ ସହଯୋଗୀଙ୍କ ଜୀବନ ବଦଳରେ ସମସ୍ତ ବନ୍ଧକଙ୍କୁ ମୁକ୍ତ ପାଇଁ ରାଜି ହୋଇଛନ୍ତି। ରିପୋର୍ଟ ଅନୁସାରେ ଇସ୍ରାଏଲ ଜେଲରେ ବନ୍ଦୀ ଥିବା ଆତଙ୍କୀଙ୍କୁ ମୁକ୍ତ କରିବାକୁ ହେଲେ ସିନଓ୍ୱାର ଓ ଅନ୍ୟ ହମାସ ଆତଙ୍କୀଙ୍କୁ ଅନ୍ୟ କେଉଁ ଦେଶକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।
ସିକ୍ରେଟ ଡିଲ୍ ଅନୁସାରେ ହମାସରେ ଥିବା ସମସ୍ତ ବନ୍ଧକଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ତୁରନ୍ତ ଇସ୍ରାଏଲକୁ ହସ୍ତାନ୍ତର କରିବେ। ଏହାର ପ୍ରତିବଦଳରେ ଇସ୍ରାଏଲରେ ବନ୍ଦୀ ଥିବା ହମାସ ଆତଙ୍କୀଙ୍କୁ ମୁକ୍ତ କରାଯିବ। ଏହା ସହ ୟାହ୍ୱା ସିନଓ୍ୱାର କୋଣସି ଅନ୍ୟ ଦେଶକୁ ଚାଲିଯିବେ। ଅର୍ଥାତ ହମାସରୁ ତାଙ୍କୁ ନିର୍ବାସିତ ହେବାକୁ ପଡ଼ିବ।
ତେବେ ଇସ୍ରାଏଲ ସେନା ଗାଜାରୁ ହଟିବ ପାଇଁ ସହମତ ହୋଇଛନ୍ତି। କିନ୍ତୁ ଏହାର କାର୍ଯ୍ୟକାରିତା ପାଇଁ ବହୁରାଷ୍ଟ୍ରୀୟ ସେନା ଗଠନ କରାଯିବ। ଯାହା ଗାଜାର ମାଟି ତଳେ ଥିବା ହମାସର ରକେଟ ଭଣ୍ଡାର ଓ ବିସ୍ଫୋରକ ସୁଡଙ୍ଗକୁ ନଷ୍ଟ କରିବ।
ସେପଟେ ହମାସରେ ବନ୍ଦୀ ଥିବା ଇସ୍ରାଏଲଙ୍କୁ ମୁକ୍ତ କରିବା ଲାଗି ନେତାନ୍ୟାହୁଙ୍କ ଉପରେ ଚାପ ପଡ଼ିବାରେ ଲାଗିଛି। ସମ୍ପର୍କୀୟଙ୍କ ସମେତ ଦେଶର ଅନେକ ଲୋକ ଚୁକ୍ତିନାମା ନିମନ୍ତେ ବିକ୍ଷୋଭ କରୁଛନ୍ତି।