ଗାଜାରେ ସ୍ଥିତି ସଙ୍ଗୀନ , ୪୮ଘଣ୍ଟା ଭିତରେ ଯାଇପାରେ ୧୪ ହଜାର ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ : ଗତ ଦେଢ ବର୍ଷ ହେବ ଯୁଦ୍ଧର ବିଭୀଷିକା ଦେଇ ଗତି କରୁଥିବା ଗାଜାର ସ୍ଥିତି ଆହୁରି ସଙ୍ଗୀନ ହୋଇ ଯାଇଛି। ଗାଜାକୁ ସଂପୂର୍ଣ୍ଣ କବଜା କରିବାର ଯୋଜନା କରିବା ପର ଠାରୁ ଇସ୍ରାଏଲ ସମଗ୍ର ଅଞ୍ଚଳରେ ହମଲା ଜୋରଦାର କରିଛି। ଏହି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଗାଜାକୁ ନେଇ ଭୟଙ୍କର ଚେତାବନୀ ଦେଇଛି। ସଂଯୁକ୍ତ ରାଷ୍ଟ୍ରର ମାନବୀୟ ପ୍ରମୁଖ ଟମ୍‌ ଫ୍ଲେଚର ଚେତାବନୀ ଦେଇଛନ୍ତି ଯେ, ଯଦି ଗାଜାରେ ଯେତେ ଶୀଘ୍ର ସାହାଯ୍ୟ ପହଞ୍ଚିବ ନାହିଁ ତ ଗାଜାରେ ୪୮ ଘଣ୍ଟା ଭିତରେ ୧୪,୦୦୦ଜଣ ଶିଶୁଙ୍କ ଜୀବନ ଯାଇପାରେ।  ଫ୍ଲେଚର ବିବିସିକୁ କହିଛନ୍ତି ଯେ, ଇସ୍ରାଏଲ ଗାଜାରେ ଖୁବ୍‌ ସୀମିତ ସାହାଯ୍ୟ ପହଞ୍ଚାଉଛି। ସେ କହିଛନ୍ତି , ଗାଜାର ଲୋକଙ୍କ ପାଇଁ ଠିଆ ହୋଇଥିବା ରିଲିଫ୍‌ ସାମଗ୍ରୀ ପୂର୍ଣ୍ଣ ଟ୍ରକ୍‌ ନାଗରିକଙ୍କ ପାଖରେ ପହଞ୍ଚି ପାରୁନି। ଫ୍ଲେଚର ଆହୁରି କହିଛନ୍ତି , ସୋମବାର କେବଳ ୫ଟି ଟ୍ରକ୍‌ ହିଁ ଗାଜାରେ ପ୍ରବେଶ କରି ପାରିଛି। ସଂଯୁକ୍ତ ରାଷ୍ଟ୍ର ଅଧିକାରୀଙ୍କ ମୁତାବିକ , ଇସ୍ରାଏଲ ଦ୍ୱାରା ୧୧ ସପ୍ତାହର ସଂପୂର୍ଣ୍ଣ ଅବରୋଧ ପରେ ଏହି ଟ୍ରକ୍‌ ଗୁଡ଼ିକୁ ଭିତରକୁ ଯିବାକୁ ଅନୁମତି ଦେବା ସମୁଦ୍ରରେ ବୁନ୍ଦିଏ ପାଣି ସହ ସମାନ। ଫ୍ଲେଚର ମଙ୍ଗଳବାର କହିଛନ୍ତି, ଆଗାମୀ ୪୮ ଘଣ୍ଟାରେ ଆମେ ଏହି ୧୪,୦୦୦ ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଚାହୁଁଛୁ। ଏହି ତଥ୍ୟ କେମିତି ବାହାର କରାଗଲା ପ୍ରଶ୍ନରେ ,ସଂଯୁକ୍ତ ରାଷ୍ଟ୍ର କହିଛି – ଆମର ଅନେକ ଟିମ୍‌ ଗ୍ରା

ଗାଜାରେ ସ୍ଥିତି ସଙ୍ଗୀନ , ୪୮ଘଣ୍ଟା ଭିତରେ ଯାଇପାରେ ୧୪ ହଜାର ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ : ଗତ ଦେଢ ବର୍ଷ ହେବ ଯୁଦ୍ଧର ବିଭୀଷିକା ଦେଇ ଗତି କରୁଥିବା ଗାଜାର ସ୍ଥିତି ଆହୁରି ସଙ୍ଗୀନ ହୋଇ ଯାଇଛି। ଗାଜାକୁ ସଂପୂର୍ଣ୍ଣ କବଜା କରିବାର ଯୋଜନା କରିବା ପର ଠାରୁ ଇସ୍ରାଏଲ ସମଗ୍ର ଅଞ୍ଚଳରେ ହମଲା ଜୋରଦାର କରିଛି। ଏହି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଗାଜାକୁ ନେଇ ଭୟଙ୍କର ଚେତାବନୀ ଦେଇଛି। ସଂଯୁକ୍ତ ରାଷ୍ଟ୍ରର ମାନବୀୟ ପ୍ରମୁଖ ଟମ୍‌ ଫ୍ଲେଚର ଚେତାବନୀ ଦେଇଛନ୍ତି ଯେ, ଯଦି ଗାଜାରେ ଯେତେ ଶୀଘ୍ର ସାହାଯ୍ୟ ପହଞ୍ଚିବ ନାହିଁ ତ ଗାଜାରେ ୪୮ ଘଣ୍ଟା ଭିତରେ ୧୪,୦୦୦ଜଣ ଶିଶୁଙ୍କ ଜୀବନ ଯାଇପାରେ।  

ଫ୍ଲେଚର ବିବିସିକୁ କହିଛନ୍ତି ଯେ, ଇସ୍ରାଏଲ ଗାଜାରେ ଖୁବ୍‌ ସୀମିତ ସାହାଯ୍ୟ ପହଞ୍ଚାଉଛି। ସେ କହିଛନ୍ତି , ଗାଜାର ଲୋକଙ୍କ ପାଇଁ ଠିଆ ହୋଇଥିବା ରିଲିଫ୍‌ ସାମଗ୍ରୀ ପୂର୍ଣ୍ଣ ଟ୍ରକ୍‌ ନାଗରିକଙ୍କ ପାଖରେ ପହଞ୍ଚି ପାରୁନି। ଫ୍ଲେଚର ଆହୁରି କହିଛନ୍ତି , ସୋମବାର କେବଳ ୫ଟି ଟ୍ରକ୍‌ ହିଁ ଗାଜାରେ ପ୍ରବେଶ କରି ପାରିଛି। ସଂଯୁକ୍ତ ରାଷ୍ଟ୍ର ଅଧିକାରୀଙ୍କ ମୁତାବିକ , ଇସ୍ରାଏଲ ଦ୍ୱାରା ୧୧ ସପ୍ତାହର ସଂପୂର୍ଣ୍ଣ ଅବରୋଧ ପରେ ଏହି ଟ୍ରକ୍‌ ଗୁଡ଼ିକୁ ଭିତରକୁ ଯିବାକୁ ଅନୁମତି ଦେବା ସମୁଦ୍ରରେ ବୁନ୍ଦିଏ ପାଣି ସହ ସମାନ। 

ଫ୍ଲେଚର ମଙ୍ଗଳବାର କହିଛନ୍ତି, ଆଗାମୀ ୪୮ ଘଣ୍ଟାରେ ଆମେ ଏହି ୧୪,୦୦୦ ଜଣ ଶିଶୁଙ୍କୁ ବଞ୍ଚାଇବାକୁ ଚାହୁଁଛୁ। ଏହି ତଥ୍ୟ କେମିତି ବାହାର କରାଗଲା ପ୍ରଶ୍ନରେ ,ସଂଯୁକ୍ତ ରାଷ୍ଟ୍ର କହିଛି – ଆମର ଅନେକ ଟିମ୍‌ ଗ୍ରାଉଣ୍ଡରେ କାମ କରୁଛନ୍ତି। ଆମର ଅନେକ କର୍ମୀଙ୍କ ଜୀବନ ବି ଚାଲି ଯାଇଛି। ସେମାନେ ଲୋକଙ୍କ ଆବଶ୍ୟକତାର ଆକଳନ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଫ୍ଲେଚର ଏହା ମଧ୍ୟ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ବୁଧବାର ଗାଜାକୁ ୧୦୦ ଟି ଟ୍ରକ୍‌ ପଠାଇବାକୁ ଆଶା କରୁଛି।

କହି ରଖୁଛୁ ଯେ, ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପାଖାପାଖି ଦୁଇ ମାସ ପରେ ରିଲିଫ ସାମଗ୍ରୀ ପୂର୍ଣ୍ଣ ଟ୍ରକ ଗୁଡ଼ିକୁ ଗାଜାରେ ପଶିବାକୁ ଅନୁମତି ଦେଇଛନ୍ତି। ହେଲେ ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଗୁଡ଼ିକୁ ନିନ୍ଦା କରି ବ୍ରିଟେନ , ଫ୍ରାନ୍ସ ଓ କାନାଡା ଏକ ମିଳିତ ବୟାନ ଜାରି କରିଛି। ବୟାନରେ କୁହାଯାଇଛି , ଗାଜାରେ ମାନବୀୟ ଯନ୍ତ୍ରଣାର ସ୍ତର ଅସହନୀୟ। ସେ ଏହା ବି ଚେତାବନୀ ଦେଇଛନ୍ତି ଯେ , ଇସ୍ରାଏଲ ଦ୍ୱାରା ଗାଜାରେ ସହାୟତା ଦେବାକୁ ମନା କରିବା ଅସ୍ୱୀକାର୍ଯ୍ୟ ଏବଂ ଏଥିରେ ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନର ଉଲ୍ଲଂଘନ ହେବାର ଆଶଙ୍କା ସୃଷ୍ଟି କରିବ।

ଏହି ମଧ୍ୟରେ ଗାଜାରେ ମଙ୍ଗଳବାର ଇସ୍ରାଏଲୀୟ ହମଲାରେ ଅତି କମ୍‌ରେ ୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନୀ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ , ଇସ୍ରାଏଲ ରାତି ସାରା ଗାଜାରେ ହମଲା ଜାରି ରଖିଛି, ଯେଉଁଥିରେ ଏକ ସ୍କୁଲକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ , ଇସ୍ରାଏଲର ନୂଆ ହମଲାର ଆରମ୍ଭ ପରେ ଗାଜାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।