ଗାଡ଼କଣରେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ କ୍ଷିରୀ ଖୁଆଇ ମହିଳା କହିଲେ….
ଭୁବନେଶ୍ୱର,୧୭।୯: ଭୁବନେଶ୍ୱରେ ପହଞ୍ଚିବା ପରେ ମୋଦି ସେଠାରୁ ସ୍ବତନ୍ତ୍ର କାର୍କେଟ ଯୋଗେ ରାଜଭବନ ଛକଦେଇ ଗାଡ଼କଣ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହପ୍ରବେଶ କରାଇଥିଲେ। ପରେ ମୋଦି ମହିଳାଙ୍କଠାରୁ କ୍ଷିରୀ ଖାଇ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ମହିଳାଙ୍କଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ସ୍ବରୁପ ଗ୍ରହଣ କରିଥିଲେ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି, ବିଭାଗୀୟ ମନ୍ତ୍ରୀ ଭାଜପା ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏ ନେଇ ସୁରକ୍ଷା […] The post ଗାଡ଼କଣରେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ କ୍ଷିରୀ ଖୁଆଇ ମହିଳା କହିଲେ…. appeared first on Dharitri Odia News.
ଭୁବନେଶ୍ୱର,୧୭।୯: ଭୁବନେଶ୍ୱରେ ପହଞ୍ଚିବା ପରେ ମୋଦି ସେଠାରୁ ସ୍ବତନ୍ତ୍ର କାର୍କେଟ ଯୋଗେ ରାଜଭବନ ଛକଦେଇ ଗାଡ଼କଣ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହପ୍ରବେଶ କରାଇଥିଲେ। ପରେ ମୋଦି ମହିଳାଙ୍କଠାରୁ କ୍ଷିରୀ ଖାଇ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ମହିଳାଙ୍କଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ସ୍ବରୁପ ଗ୍ରହଣ କରିଥିଲେ।
ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି, ବିଭାଗୀୟ ମନ୍ତ୍ରୀ ଭାଜପା ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ କ୍ଷିରୀ ପ୍ରସ୍ତୁତି ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ବୋହୂ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଥିଲେ। ଏ ନେଇ ସେ ବେଶ ଖୁସି ଥିଲେ। ତାଙ୍କ ହାତର କ୍ଷିରୀ ପ୍ରଧାନମନ୍ତ୍ରୀ ଖାଇଲେ ଏହା ତାଙ୍କ ପାଇଁ ବୋହୂତ ବଡ଼ କଥା ବୋଲି ସେ କହିଛନ୍ତି। ଓଡ଼ିଶାରେ ମୋଦିଙ୍କୁ ଦେଖି ଚଳଚଞ୍ଚଳ ହୋଇ ଉଠିଛି ଜନତାମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା।
ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି। ଏନେଇ ମୋବାଇଲକୁ କନଫର୍ମେସନ ମଧ୍ୟ ମେସେଜ ଆସିଛି। ତେବେ ମେସେଜ ଆସି ନ ଥିବା ହିତାଧୀକାରୀ ଚିନ୍ତିତ ଅଛନ୍ତି ଯେ, ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ଏସବୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆକାଉଣ୍ଟକୁ ୧ ଟଙ୍କା ନ ଆସିଥିଲେ ବି ୧୭ରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିବା ସେ କହିଥିଲେ।
The post ଗାଡ଼କଣରେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ କ୍ଷିରୀ ଖୁଆଇ ମହିଳା କହିଲେ…. appeared first on Dharitri Odia News.