ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଚାଲିଗଲା ଜୀବନ
କେନ୍ଦୁଝର,୧୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡ଼ି ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ (୩୫)। ସୂଚନାନୁସାରେ,ଲୋକନାଥ ଜଣେ ଗାଡ଼ି ମାଲିକ। ତାଙ୍କର ଦୁଇଟି ୧୪ ଚକିଆ ହାଇଓ୍ବା ଟ୍ରକ୍ ଅଛି। ପ୍ରକୃତ ଘଟଣା ଦୁର୍ଘଟଣା ନା ଆତ୍ମହତ୍ୟା ସଠିକ ଜଣା […] The post ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଚାଲିଗଲା ଜୀବନ appeared first on Dharitri Odia News.
କେନ୍ଦୁଝର,୧୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡ଼ି ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତର ରବିନାରାୟଣ ଦେଓଙ୍କ ପୁଅ ଲୋକନାଥ (୩୫)।
ସୂଚନାନୁସାରେ,ଲୋକନାଥ ଜଣେ ଗାଡ଼ି ମାଲିକ। ତାଙ୍କର ଦୁଇଟି ୧୪ ଚକିଆ ହାଇଓ୍ବା ଟ୍ରକ୍ ଅଛି। ପ୍ରକୃତ ଘଟଣା ଦୁର୍ଘଟଣା ନା ଆତ୍ମହତ୍ୟା ସଠିକ ଜଣା ପଡ଼ିନାହିଁ। ଗତକାଲି ସେ କାଦଗଡ଼ ଗ୍ରାମର ଚାଷ ଜମି ଦେଖୁାକୁ(ଓଆର-ଜିର-୯-ଏନ-୧୫୫୫) ବାଇକ୍ରେ ସେଠାକୁ ଆସିଥିଲେ। ରେଳ ଧାରଣା ବାମପାର୍ଶ୍ୱରେ ବାଇକ ରଖି ଯାଉଥିବାବେଳେ ମାଲବାହୀ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଫଳରେ ତାଙ୍କର ଶରୀର ଖଣ୍ତ ବିଖଣ୍ତିତ ହୋଇଯାଇଥିବାବଳେ ଘଟଣାସ୍ଥଳରେ ଲୋକନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଟ୍ରକ୍ ଋଣ ଗ୍ରସ୍ତ ହୋଇ ସେ ବିଷାଦରେ ଥିଲେ ବୋଲି ଆଲୋଚନା ହେଉଛି।
ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖିବା ପରେ ଖବର ପାଇ ରେଳବାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକନାଥଙ୍କ ମୃତଦେହ ଚିହ୍ନିଥିଲେ। ଏନେଇ ରେଳବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି।
The post ଗାଡ଼ି ମାଲିକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଚାଲିଗଲା ଜୀବନ appeared first on Dharitri Odia News.