ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌, ଖଣ୍ଡଗିରି ଥାନାରେ ଏତଲା

ଭୁବନେଶ୍ୱର ୦୨।୦୪ : ଗାଡ଼ି ସାଇଡ୍‌ମରା ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଉଭୟ ଦୁଇ ଛାତ୍ର ଓ ଦୁଇ ଅଣଛାତ୍ର ଆହତ ହୋଇଛନ୍ତି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଖବର ଅନୁଯାୟୀ, ଓୟୁଏଟି ପାଚେରୀ କଡରେ ଓୟୁଏଟି ଛାତ୍ର ଯାଉଥିବା ବେଳେ ଅଣଛାତ୍ରଙ୍କ ଗାଡ଼ିକୁ ସାଇଡ୍‌ ବାଜିଯାଇଥିଲା । ଯାହାକୁ କେନ୍ଦ୍ର କରି ଉଭୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଣଛାତ୍ରମାନେ ଧମକ ଚମକ ଦେଇ ସେଠାଇ ଚାଲିଯାଇଥିଲେ । ହେଲେ ସେମାନେ ସେହି ରାସ୍ତା ଦୁଇ ଯାଉଥିବା ବେଳେ ଭେଟେନାରୀ ଛାତ୍ରଙ୍କ ହାବୁଡ଼ରେ ପଡିଯାଇଥିଲେ । ଏହାପରେ ଦୁଇ ଅଣ ଛାତ୍ରଙ୍କୁ କଲେଜ ଭିତରକୁ ନେଇ ନିର୍ଘାତ ପିଟିଥିଲେ । ଯେଉଁଥିରେ ଦୁଇ ଜଣ ଛାତ୍ର ଏବଂ ଅଣ ଛାତ୍ରମାନେ ଆହତ ହୋଇଥିଲେ । ଯାହାପରେ ତୁରନ୍ତ ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ଖଣ୍ଡିଗିରି ପୋଲିସ ଓୟୁଏଟି ଭିତରକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି । 

ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌, ଖଣ୍ଡଗିରି ଥାନାରେ ଏତଲା

ଭୁବନେଶ୍ୱର ୦୨।୦୪ : ଗାଡ଼ି ସାଇଡ୍‌ମରା ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଉଭୟ ଦୁଇ ଛାତ୍ର ଓ ଦୁଇ ଅଣଛାତ୍ର ଆହତ ହୋଇଛନ୍ତି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । 

ଖବର ଅନୁଯାୟୀ, ଓୟୁଏଟି ପାଚେରୀ କଡରେ ଓୟୁଏଟି ଛାତ୍ର ଯାଉଥିବା ବେଳେ ଅଣଛାତ୍ରଙ୍କ ଗାଡ଼ିକୁ ସାଇଡ୍‌ ବାଜିଯାଇଥିଲା । ଯାହାକୁ କେନ୍ଦ୍ର କରି ଉଭୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅଣଛାତ୍ରମାନେ ଧମକ ଚମକ ଦେଇ ସେଠାଇ ଚାଲିଯାଇଥିଲେ । ହେଲେ ସେମାନେ ସେହି ରାସ୍ତା ଦୁଇ ଯାଉଥିବା ବେଳେ ଭେଟେନାରୀ ଛାତ୍ରଙ୍କ ହାବୁଡ଼ରେ ପଡିଯାଇଥିଲେ । ଏହାପରେ ଦୁଇ ଅଣ ଛାତ୍ରଙ୍କୁ କଲେଜ ଭିତରକୁ ନେଇ ନିର୍ଘାତ ପିଟିଥିଲେ । ଯେଉଁଥିରେ ଦୁଇ ଜଣ ଛାତ୍ର ଏବଂ ଅଣ ଛାତ୍ରମାନେ ଆହତ ହୋଇଥିଲେ । ଯାହାପରେ ତୁରନ୍ତ ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ଖଣ୍ଡିଗିରି ପୋଲିସ ଓୟୁଏଟି ଭିତରକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି ।