ଗାଡି ଡ଼ିକି ଖୋଲି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲା ଦୁର୍ବୃତ୍ତ
ବ୍ରହ୍ମପୁର: ଗାଡି ଡ଼ିକି ଖୋଲି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ଜୟପ୍ରକାଶନଗର ଛକରୁ ଗାଡ଼ି ଡିକି ଖୋଲି ୫ ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଲୁଟର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା । ସେ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ସୁନାଦେଇ ଗାଁକୁ ଯାଉଥିଲେ। ଟଙ୍କା ଉଠାଇବାପରେ ସେ ଉକ୍ତ ଟଙ୍କାକୁ ଡିକିରେ ରଖି ଚା’ ପିଇବାକୁ ଯାଇଥିବା ବେଳେ […]

ବ୍ରହ୍ମପୁର: ଗାଡି ଡ଼ିକି ଖୋଲି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ଜୟପ୍ରକାଶନଗର ଛକରୁ ଗାଡ଼ି ଡିକି ଖୋଲି ୫ ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଲୁଟର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା । ସେ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ସୁନାଦେଇ ଗାଁକୁ ଯାଉଥିଲେ। ଟଙ୍କା ଉଠାଇବାପରେ ସେ ଉକ୍ତ ଟଙ୍କାକୁ ଡିକିରେ ରଖି ଚା’ ପିଇବାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିବା ଜଣାପଡ଼ିଛି। ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟମା ସ୍ତାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।