ଗାଧେଇବା ବେଳେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ
ସୁବର୍ଣ୍ଣରେଖା କେନାଲରେ ଗାଧେଇବା ବେଳେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ମୁଖ୍ୟ କେନାଲ କେଉଟୁଣୀ ମାରୀରେ ଜଣେ ନାବାଳକ ଗାଧୋଉ ଥିବା ସମୟରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ହେଲେ ଚାନ୍ଦୁଆ ଥାନା ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗାଁର ମଣି ସିଂଙ୍କ ୧୪ ବର୍ଷର ପୁଅ ରିତୁରାଜ ସିଂ। ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ସାଙ୍ଗ ମାନଙ୍କ ସହିତ ସୁବର୍ଣ୍ଣରେଖା କେନାଲକୁ ଗାଧୋଇବାକୁ ଯାଇଥିଲା । କେନାଲରେ […] The post ଗାଧେଇବା ବେଳେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ appeared first on KNews Odisha.

ସୁବର୍ଣ୍ଣରେଖା କେନାଲରେ ଗାଧେଇବା ବେଳେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ମୁଖ୍ୟ କେନାଲ କେଉଟୁଣୀ ମାରୀରେ ଜଣେ ନାବାଳକ ଗାଧୋଉ ଥିବା ସମୟରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ହେଲେ ଚାନ୍ଦୁଆ ଥାନା ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗାଁର ମଣି ସିଂଙ୍କ ୧୪ ବର୍ଷର ପୁଅ ରିତୁରାଜ ସିଂ।
ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ସାଙ୍ଗ ମାନଙ୍କ ସହିତ ସୁବର୍ଣ୍ଣରେଖା କେନାଲକୁ ଗାଧୋଇବାକୁ ଯାଇଥିଲା । କେନାଲରେ ପାଣିର ସ୍ରୋତ ଅଧିକ ଥିବାରୁ ଭାସି ଯାଇଥିଲା । ସାଥୀ ପିଲାମାନେ ଘରକୁ ଫେରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପାଇନଥିଲେ । ଜଳ ସେଚନ ବିଭାଗର ଅଧିକାରୀଙ୍କୁ ଅବଗତ ପରେ କେନାଲ ଗେଟ ବନ୍ଦ କରିବାରୁ ପାଣି ବନ୍ଦ ହୋଇଥିଲା ।
ସେତେ ବେଳକୁ ବହୁତ ଡେରି ହୋଇ ଯାଇଥିବାରୁ ପିଲାଟିର ମୃତ୍ୟୁ ହୋଇ ସାରିଥିଲା । ଚାନ୍ଦୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘନାଥ ମୁର୍ମୁ ମେଡିକାଲ ଓ କଲେଜକୁ ପଠାଇ ଅଧିକ ତଦନ୍ତ କରୁଛି।
The post ଗାଧେଇବା ବେଳେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ appeared first on KNews Odisha.