ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନ କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁ ପୋଖରୀରେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନୂଆପଡ଼ା ଗ୍ରାମର ନାଉରି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ। ସୂଚନାରୁ ଜଣାପଡ଼ିଛି, ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା’ ସ୍ତ୍ରୀ ଓ ମା ସ୍ଥାନୀୟ ହାଟକୁ ଯାଇଥିଲେ l ଏହି ସମୟରେ ନାଉରୀ ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ସାଙ୍ଗମାନଙ୍କ ସହ ଗାଁ […] The post  ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ appeared first on Dharitri Odia News.

 ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନ କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁ ପୋଖରୀରେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନୂଆପଡ଼ା ଗ୍ରାମର ନାଉରି ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ।

ସୂଚନାରୁ ଜଣାପଡ଼ିଛି, ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା’ ସ୍ତ୍ରୀ ଓ ମା ସ୍ଥାନୀୟ ହାଟକୁ ଯାଇଥିଲେ l ଏହି ସମୟରେ ନାଉରୀ ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ସାଙ୍ଗମାନଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପୋଖରୀରେ ଗଭୀର ପାଣିରେ ଆଦିତ୍ୟ ହଠାତ୍‌ ବୁଡ଼ିଯାଇଥିଲା, ଏହା ଦେଖି ଅନ୍ୟ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଏବଂ ଗାଁ ଲୋକଙ୍କୁ ଡାକିଆଣିଥିଲେ ଖବର ପାଇ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ଭିତରେ ସ୍ଥାନୀୟ ଲୋକେ ଆଦିତ୍ୟଙ୍କୁ ପୋଖରୀରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

The post  ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ appeared first on Dharitri Odia News.