ଗାବା ଟେଷ୍ଟ ହାରିଲେ ବି WTC ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବନି ଭାରତ, ଜାଣନ୍ତୁ କେମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବାରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ତୃତୀୟ ମ୍ୟାଚ୍ ଖେଳା ଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସଂପ୍ରତି ୧-୧ରେ ବରାବର ସ୍ଥିତିରେ ରହିଛି। ଗାବା ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଦିନରେ ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଛି। ଟ୍ରେଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ଦମଦାର ଶତକ ବଳରେ ଗାବା  ଟେଷ୍ଟରେ ମଜବୁତ ସ୍ଥିତିରେ କଙ୍ଗାରୁ ଦଳ। ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଭାରତୀୟ ଦଳ ତୃତୀୟ ଟେଷ୍ଟ ହାରେ ତେବେ କଣ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରୁ ବାଦ୍ ପଡ଼ିବ। ଏବେ ଡବ୍ଲ୍ୟୁଟିସିର ଅଙ୍କ ତାଲିକାରେ ୬୩.୩୩ ବିଜୟ ପ୍ରତିଶତ ସଗ ଶୀର୍ଷରେ ରହିଛି ଦକ୍ଷିଣ ଆଫ୍ରିକା। ଅନ୍ୟପଟେ ଅଷ୍ଟ୍ରେଲିଆ ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିଛି। ସମସ୍ତ ସମୀକରଣ ଉପରେ ନଜର ପକାଇଲେ ଏହି ତିନି ଦଳ ମଧ୍ୟରୁ କୌଣସି ଦୁଇ ଦଳ ଫାଇନାଲ୍‌ରେ ପ୍ରବେଶ କରିବେ। ଶ୍ରୀଲଙ୍କା ଏବେ ବି ଦୌଡ଼ରୁ ବାଦ୍ ପଡ଼ି ନ ଥିଲେ ହେଁ ଦଳର ବିଜୟ ପ୍ରତିଶତ ୪୫.୪୫ ରହିଛି। ତେଣୁ ଏହାର ଫାଇନାଲ୍‌ରେ ପହଞ୍ଚିବା ବହୁତ ମୁସ୍କିଲ।Also read:  ଗାବାରେ ରିଷଭ ପନ୍ଥଙ୍କ ନୂଆ ରେକର୍ଡ, ଧୋନି-ଦ୍ରାବିଡଙ୍କ ପରେ ସାଜିଲେ ୩ୟ ଓ୍ୱିକେଟ୍‌ କିପରଅଷ୍ଟ୍ରେଲିଆ ଗାବା ଟେଷ୍ଟ ଜିତିଲେ ଦଳର  ଫାଇନାଲ୍ ଖେଳିବା ଆଶା ମଜବୁତ ହେବା ସହ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ   କରିବ। ଯଦି ଅଷ୍ଟ୍ରେଲିଆ ଗା

ଗାବା ଟେଷ୍ଟ ହାରିଲେ ବି WTC ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବନି ଭାରତ, ଜାଣନ୍ତୁ କେମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବାରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ତୃତୀୟ ମ୍ୟାଚ୍ ଖେଳା ଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସଂପ୍ରତି ୧-୧ରେ ବରାବର ସ୍ଥିତିରେ ରହିଛି। ଗାବା ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଦିନରେ ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଛି। ଟ୍ରେଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ଦମଦାର ଶତକ ବଳରେ ଗାବା  ଟେଷ୍ଟରେ ମଜବୁତ ସ୍ଥିତିରେ କଙ୍ଗାରୁ ଦଳ। ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଭାରତୀୟ ଦଳ ତୃତୀୟ ଟେଷ୍ଟ ହାରେ ତେବେ କଣ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରୁ ବାଦ୍ ପଡ଼ିବ। 

ଏବେ ଡବ୍ଲ୍ୟୁଟିସିର ଅଙ୍କ ତାଲିକାରେ ୬୩.୩୩ ବିଜୟ ପ୍ରତିଶତ ସଗ ଶୀର୍ଷରେ ରହିଛି ଦକ୍ଷିଣ ଆଫ୍ରିକା। ଅନ୍ୟପଟେ ଅଷ୍ଟ୍ରେଲିଆ ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନରେ ରହିଛି। ସମସ୍ତ ସମୀକରଣ ଉପରେ ନଜର ପକାଇଲେ ଏହି ତିନି ଦଳ ମଧ୍ୟରୁ କୌଣସି ଦୁଇ ଦଳ ଫାଇନାଲ୍‌ରେ ପ୍ରବେଶ କରିବେ। ଶ୍ରୀଲଙ୍କା ଏବେ ବି ଦୌଡ଼ରୁ ବାଦ୍ ପଡ଼ି ନ ଥିଲେ ହେଁ ଦଳର ବିଜୟ ପ୍ରତିଶତ ୪୫.୪୫ ରହିଛି। ତେଣୁ ଏହାର ଫାଇନାଲ୍‌ରେ ପହଞ୍ଚିବା ବହୁତ ମୁସ୍କିଲ।

Also read:  ଗାବାରେ ରିଷଭ ପନ୍ଥଙ୍କ ନୂଆ ରେକର୍ଡ, ଧୋନି-ଦ୍ରାବିଡଙ୍କ ପରେ ସାଜିଲେ ୩ୟ ଓ୍ୱିକେଟ୍‌ କିପର

ଅଷ୍ଟ୍ରେଲିଆ ଗାବା ଟେଷ୍ଟ ଜିତିଲେ ଦଳର  ଫାଇନାଲ୍ ଖେଳିବା ଆଶା ମଜବୁତ ହେବା ସହ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ   କରିବ। ଯଦି ଅଷ୍ଟ୍ରେଲିଆ ଗାବା ଟେଷ୍ଟରେ ବିଜୟୀ ହୁଏ ତେବେ ବି ଭାରତୀୟ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ ନାହିଁ। କିନ୍ତୁ ଫାଇନାଲ୍ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିବ। 

ଯଦିଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଜିତି ସିରିଜରେ ୨-୧ରେ ଆଗୁଆ ରହେ ତଥାପି ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ଅତି ବେଶିରେ ୩-୨ରେ ଜିତି ପାରିବ। ଯଦି ଏମିତି ହୁଏ ତେବେ ଭାରତ ଆଶା କରିବ ଯେ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଟେଷ୍ଟ ସିରିଜରେ ଗୋଟିଏ ମ୍ୟାଚ୍ ଡ୍ର ରହୁ।  ଯଦି ବର୍ଡର-ଗାଭାସ୍କର  ଟ୍ରଫି ୨-୨ରେ ବରାବର ରହେ। ତେବେ ଭାରତ ଆଶା କରିବ ଯେ, ଶ୍ରୀଲଙ୍କା ଆଗାମୀ ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରୁ। ଏମିତି ହେଲେ ଭାରତ ଫାଇନାଲ୍‌ରେ ପ୍ରବେଶ କରି ପାରିବ।