ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍-ଉପଅଧିନାୟକଙ୍କ ସହ…’
ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍ ମଇଦାନରେ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳରେ ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଉଛି। ହେଲେ ଏବେ ଏହି ମାମଲାରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ଗାଭାସ୍କର ‘ଆଜ୍ତକ୍’କୁ କହିଛନ୍ତି ଯେ […] The post ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍-ଉପଅଧିନାୟକଙ୍କ ସହ…’ appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଭାରତୀୟ ଟିମ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଶୁକ୍ରବାର ଅର୍ଥାତ ଜାନୁଆରୀ ୩ରେ ସିଡନୀ କ୍ରିକେଟ୍ ମଇଦାନରେ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳରେ ଅନିଶ୍ଚିତତା ଦେଖାଦେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଉଛି। ହେଲେ ଏବେ ଏହି ମାମଲାରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି।
ଗାଭାସ୍କର ‘ଆଜ୍ତକ୍’କୁ କହିଛନ୍ତି ଯେ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ। ତାଙ୍କୁ ଖେଳିବା ଉଚିତ। ସେ କେଉଁ କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ସେ କ’ଣ ଚାହୁଁଛନ୍ତି ଏହାକୁ ନେଇ କୋଚ୍ ଗୌତମ ଗମ୍ଭୀର, ମ୍ୟାନେଜମେଣ୍ଟ ଏବଂ ଉପଅଧିନାୟକଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।
ତେବେ ଅନ୍ତିମ ଟେଷ୍ଟ ଭାରତୀୟ ସମୟାନୁସାରେ ସକାଳ ୫ଟାରେ ଆରମ୍ଭ ହେବ। ଟସ୍ ୪.୩୦ରେ ପଡ଼ିବ। ହେଲେ ରୋହିତଙ୍କ ବଦଳରେ ଜସପ୍ରିତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଗାଭାସ୍କରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।
ଗାଭାସ୍କର କହିଛନ୍ତି, ସିଡନୀ ମୁକାବିଲା ବେଶ ନିର୍ଣ୍ଣାୟକ ରହିବ। ଭାରତୀୟ କ୍ରିକେଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ ଫାଇନାଲକୁ ଆସିବା ଲାଗି ଛୋଟ ସୁଯୋଗ ରହିଛି। ଏଥିଲାଗି ମୋତେ ଲାଗୁ ରୋହିତ ଏହି ମ୍ୟାଚ୍ ଖେଳିବେ।
ସେହିଭଳି ରାତାରାତି ପରିବର୍ତ୍ତନ ହୋଇଯିବ କି ପ୍ରଶ୍ନରେ ଗାଭାସ୍କର କହିଛନ୍ତି, ଦେଖନ୍ତୁ, ଯିଏ ବରିଷ୍ଠ ଖେଳାଳି ଅଛନ୍ତି, ଉପଅଧିନାୟକ ଏବଂ କୋଚ୍ ଅଛନ୍ତି ତାଙ୍କ ସହ ବସି କଥା ହେବି। ସେ କ’ଣ ଚାହୁଁଛନ୍ତି ପଚାରିବି। ଯଦି ଅନୁଭବ ଏବଂ ଦାୟିତ୍ୱ ବିଷୟରେ ପଡେ ତେବେ ରୋହିତଙ୍କୁ ଖେଳାଇବାକୁ ହେବ। ବ୍ୟକ୍ତିଗତ ଫର୍ମ ଗୁରୁତ୍ୱ ରଖେନା। ମୋଟାମୋଟି ଯୋଗଦାନ କିଭଳି ତାହା ଦେଖିବାକୁ ହେବ ବୋଲି ସେ କହିଛନ୍ତି।
The post ଗାଭାସ୍କରଙ୍କ ବଡ଼ ବୟାନ: ‘ରୋହିତ ଶର୍ମା ଖେଳିବେ, କୋଚ୍-ଉପଅଧିନାୟକଙ୍କ ସହ…’ appeared first on Dharitri Odia News.