ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ
ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ ରିଲିଜ୍ କରାଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆୟରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। କେଉଁ ଦଳ ତାଙ୍କୁ କିଣି ପାରେ ବୋଲି ଗାଭାସ୍କର କହିଛନ୍ତି। ଗାଭାସ୍କର କହିଛନ୍ତି ଯେ କେକେଆର୍ ଆୟରଙ୍କ ଉପରେ ଟେଣ୍ଡର କରିବା ଉଚିତ୍। ଯଦି ଏହା ନ ହୁଏ ତେବେ ଦିଲ୍ଲୀ […] The post ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ ରିଲିଜ୍ କରାଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆୟରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। କେଉଁ ଦଳ ତାଙ୍କୁ କିଣି ପାରେ ବୋଲି ଗାଭାସ୍କର କହିଛନ୍ତି। ଗାଭାସ୍କର କହିଛନ୍ତି ଯେ କେକେଆର୍ ଆୟରଙ୍କ ଉପରେ ଟେଣ୍ଡର କରିବା ଉଚିତ୍। ଯଦି ଏହା ନ ହୁଏ ତେବେ ଦିଲ୍ଲୀ କ୍ୟାପିଟାଲ୍ସ କିଣିପାରେ।
ଆଇପିଏଲ ୨୦୨୫ର ମେଗା ନିଲାମ ୨୪ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହେବ। ଷ୍ଟାର୍ ସ୍ପୋର୍ଟସ ଚ୍ୟାନେଲରେ ଆୟରଙ୍କ ବିଷୟରେ ଗାଭାସ୍କର କହିଛନ୍ତି, ଯେତେବେଳେ କେକେଆର୍ ଗତ ସିଜନରେ ଟାଇଟଲ ଜିତିଥିଲେ, ସେତେବେଳେ ଶ୍ରେୟସ ଆୟର ଅଧିନାୟକ ଥିଲେ। ମୁଁ ଭାବୁଛି ଶ୍ରେୟସ ଆୟର ନିଲାମରେ ଆସିବା ପରେ କେକେଆର୍ ତାଙ୍କ ଉପରେ ଟେଣ୍ଡର କରିପାରେ। ଯଦି କେକେଆର୍ ଏହା ନ କରେ ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଟେଣ୍ଡର କରିପାରେ। ଦିଲ୍ଲୀର ଜଣେ ଅଧିନାୟକ ଦରକାର । ଯଦି ରିଷଭ ପନ୍ତ ଦଳରେ ନାହାଁନ୍ତି ତେବେ ସେ ଆୟରଙ୍କୁ କିଣିବାକୁ ଚେଷ୍ଟା କରିପାରେ।
The post ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ appeared first on Dharitri Odia News.