ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର

ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ। ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ଵରରେ ଡବଲ ମର୍ଡର। ବୁଧବାର ବିଳମ୍ବିତ ରାତ୍ରିରେ ହାଇଟେକ୍ ଆପାର୍ଟମେନ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଛୁରି ଭୁସି ହତ୍ୟା କରାଯାଇଥିବା ଜଣା ଯାଇଛି। ହତ୍ୟାକାରୀକୁ ଧରିବାକୁ ଏୟାରଫିଲ୍ଡ ଥାନା ପୋଲିସ ତନାଘନା ଚଳାଇଛି। ଘଟଣାସ୍ଥଳରେ ଡିସିପି ଓ ସ୍ପେଶାଲ ସ୍କ୍ଵାର୍ଡ ପହଞ୍ଚି ତଦନ୍ତ ଚଳାଇଛନ୍ତି।  ଜଣଙ୍କର ଘଟଣାସ୍ଥଳରେ ଏବଂ ଅନ୍ୟ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଉଛନ୍ତି ଜିତୁ ଓ ଜୁଲୁ। 