ଗିରଫ ହେଲା ସ୍ମାର୍ଟ ଶିକାରୀ, ବାଇନାକୁଲର ସାହାଯ୍ୟରେ ପାଟ୍ରୋଲିଙ୍ଗ ଦଳ ଉପରେ ରଖୁଥିଲା ନଜର…

ଖୋର୍ଦ୍ଧା: ଜଣେ ସ୍ମାର୍ଟ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ସ୍ମାର୍ଟ ଶିକାରୀ ଜଣକ ସ୍ମାର୍ଟ ତରିକାରେ ବିଦେଶୀ ପକ୍ଷୀ ମାନଙ୍କୁ ଶିକାର କରୁଥିଲା। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ଦଳ ଉପରେ ନଜର ରଖୁଥିଲା ଶିକାରୀ। ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ମାରୁଥିଲା ଶହ ଶହ ନିରୀହ ପକ୍ଷୀଙ୍କୁ। ଆଜି ୨୫ ରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଶିକାର କରି ବିକ୍ରି […]

ଗିରଫ ହେଲା ସ୍ମାର୍ଟ ଶିକାରୀ, ବାଇନାକୁଲର ସାହାଯ୍ୟରେ ପାଟ୍ରୋଲିଙ୍ଗ ଦଳ ଉପରେ ରଖୁଥିଲା ନଜର…
arrest

ଖୋର୍ଦ୍ଧା: ଜଣେ ସ୍ମାର୍ଟ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ସ୍ମାର୍ଟ ଶିକାରୀ ଜଣକ ସ୍ମାର୍ଟ ତରିକାରେ ବିଦେଶୀ ପକ୍ଷୀ ମାନଙ୍କୁ ଶିକାର କରୁଥିଲା। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ଦଳ ଉପରେ ନଜର ରଖୁଥିଲା ଶିକାରୀ। ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ମାରୁଥିଲା ଶହ ଶହ ନିରୀହ ପକ୍ଷୀଙ୍କୁ। ଆଜି ୨୫ ରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଶିକାର କରି ବିକ୍ରି କରିବାକୁ ନେବାବେଳେ ଅଭିମାନ ପୁର ଚିଲିକା କୂଳରୁ ପକ୍ଷୀ ଶିକାରୀକୁ ମାଡି ବସିଥିଲେ ବନ୍ୟପ୍ରାଣୀ ବିଭାଗ। ଏଥିସହ ୨୫ ରୁ ଅଧିକ ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି ବନ୍ୟପ୍ରାଣୀ ବିଭାଗ। ଗିରଫ ଶିକାରୀର ନାମ ଆଲୋକ ପ୍ରଧାନ (୨୮) ହୋଇଥିବାବେଳେ ତାର ଘର ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥ ପୁର ଗ୍ରାମରେ ବୋଲି ଜଣା ପଡିଛି।