ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ପରଓ୍ବାନା ଜାରି ହୋଇଥିବା ଜଣାପଡ଼ିଛି। ପୁରୀଘାଟ ଥାନାରେ ରୁଜୁ ହୋଇଥିବା ମାମଲାରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ଚାର୍ଜଫ୍ରେମ୍‌ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ କୋର୍ଟ ଏନ୍‌ବିଡବ୍ଲ୍ୟୁ ଜାରି […] The post ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି appeared first on Dharitri Odia News.

ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି

କଟକ,୧୩ା୫: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନ୍‌ବିଡ୍ଲ୍ୟୁ) ଜାରି ହୋଇଛି। କଟକ ଜେଏମ୍‌ଏଫ୍‌ସି (ଏମ୍‌ପି, ଏମ୍‌ଏଲ୍‌) କୋର୍ଟ ପକ୍ଷରୁ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ପରଓ୍ବାନା ଜାରି
ହୋଇଥିବା ଜଣାପଡ଼ିଛି। ପୁରୀଘାଟ ଥାନାରେ ରୁଜୁ ହୋଇଥିବା ମାମଲାରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ଚାର୍ଜଫ୍ରେମ୍‌ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ ପାଇଁ ହାଜର ନ ହେବାରୁ କୋର୍ଟ ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଓ୍ବାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ସରକାରୀ ଓକିଲ ଆଫ୍ରୋଜ ଅହମ୍ମଦ ସୂଚନା ଦେଇଛନ୍ତି।

The post ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି appeared first on Dharitri Odia News.