ଗିରଫ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ, ହାଇକୋର୍ଟରୁ ମିଳିଲାନି ଗିରଫଦାରୀରୁ ସୁରକ୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି। ନିର୍ବାଚନ ପୂର୍ବରୁ ଇଡି ଯେପରି ତାଙ୍କୁ ଗିରଫ ନକରେ ତାହା ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ […]

ଗିରଫ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ, ହାଇକୋର୍ଟରୁ ମିଳିଲାନି ଗିରଫଦାରୀରୁ ସୁରକ୍ଷା
Arvind Kejriwal

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି। ନିର୍ବାଚନ ପୂର୍ବରୁ ଇଡି ଯେପରି ତାଙ୍କୁ ଗିରଫ ନକରେ ତାହା ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ୱାଲ ଆବେଦନ କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ହାଇକୋର୍ଟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ । କିନ୍ତୁ ତାଙ୍କ ଯାଚିକାକୁ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏଥିପାଇଁ କୌଣସି ସମ୍ମତି ଦେଇପାରିବୁ ନାହିଁ । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଛନ୍ତି ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । କିନ୍ତୁ ଏହାର ପ୍ରତିଉତ୍ତରରେ ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୨ ତାରିଖରେ ହେବ।

ସୂଚନାଯୋଗ୍ୟ ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିସାରିଲାଣି। କିନ୍ତୁ କୌଣସି ଥର ବି କେଜ୍ରିୱାଲ ଇଡିରେ ହାଜର ହୋଇନାହାନ୍ତି।