ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌ ହୋଲିଷ୍ଟିକ ହେଲ୍‌ଥ କେୟାର ଇନିସିଟିଭ ଏବଂ ଇଣ୍ଟିଗ୍ରେଟେଡ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପ୍ରାଇଡ୍‌ ଇଷ୍ଟ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏମ୍‌ଡି ରିଙ୍କି ଭୂୟାଁ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ (ପତଞ୍ଜଳି)ର ପ୍ରମୁଖ ପରମ […] The post ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର appeared first on Dharitri Odia News.

ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌ ହୋଲିଷ୍ଟିକ ହେଲ୍‌ଥ କେୟାର ଇନିସିଟିଭ ଏବଂ ଇଣ୍ଟିଗ୍ରେଟେଡ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପ୍ରାଇଡ୍‌ ଇଷ୍ଟ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏମ୍‌ଡି ରିଙ୍କି ଭୂୟାଁ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ (ପତଞ୍ଜଳି)ର ପ୍ରମୁଖ ପରମ ପୂଜ୍ୟ ଯୋଗୀ ଋଷି ସ୍ବାମୀ ରାମଦେବଙ୍କ ସମେତ ପରମ ପୂଜ୍ୟ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଲକ୍ରିଷ୍ଣା, ଡା. କୌଶଳେନ୍ଦୁ, ଡା. ମାଧୁରୀ, ଡା. ଦରାଥି, ବୈଦ୍ୟ ଆଦିତ୍ୟ, ବୈଦ୍ୟ ସତ୍ୟପ୍ରକାଶ, ବିବେକ ଡାଗା, ବିକାଶ ଖଣ୍ଡେଲଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସ୍ବାମୀ ରାମଦେବ କହିଥିଲେ, ଆମେ ଆମର ନୂତନ ସେଣ୍ଟରର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଠାରେ ବ୍ୟାପକ ସ୍ବାସ୍ଥ୍ୟସେବା ସାଙ୍ଗକୁ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ସତ୍‌କର୍ମ, ଲିଜି ଥେରାପି, ଆକ୍ୟୁପେସର, ଆକ୍ୟୁପଞ୍ଚର ଏବଂ ନାଚୁରୋପାଥି ଭଳି ସୁବିଧା ଯୋଗାଇ ଦିଆଯିବ।
ସେହିଭଳି ପୂଜ୍ୟ ସ୍ବାମୀ ଦେବସ୍ବରୂପ, ଜଗତଦେବ ଏବଂ ସମଗ୍ରଦେବଙ୍କ ଦାୟିତ୍ୱରେ ଏହି ସେଣ୍ଟର ପରିଚାଳିତ ହେବ। ଏପରିକି ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମ ମଧ୍ୟ ଏହି ସେଣ୍ଟର ଜରିଆରେ ଆସାମ ଏବଂ ଉତ୍ତରାଞ୍ଚଳରେ ଜାରି ରହିବ।
ସେହିପରି ଏହି ସେଣ୍ଟର ମଧ୍ୟ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରତିଭାକୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ସହ ଗୁଣାତ୍ମକ ସେବା ପ୍ରଦାନ କରିବ।

The post ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର appeared first on Dharitri Odia News.