ଗୁକେଶ ଏବଂ ଲିରେନଙ୍କ ପ୍ରଦର୍ଶନରେ କାର୍ଲସେନ ନିରାଶ, କହିଲେ-ଦୁହିଁଙ୍କ ଖେଳକୁ ଦେଖିଲେ ଲାଗୁନି...

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ଏବଂ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କ ମଧ୍ୟରେ ବିଶ୍ୱ ଚେସ୍ ଚାମ୍ପିଅନଶିପ ଖେଳାଯାଉଛି । ଦୁହିଁଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ରାଉଣ୍ଡ ଖେଳ ସରିଛି । ଦୁହେଁ ୬-୬ ପଏଣ୍ଟରେ ବରାବର ଅଛନ୍ତି । ପ୍ରଥମେ ୭.୫ ପଏଣ୍ଟ ହାସଲ କରିବା ଖେଳାଳି ବିଜେତା ହେବେ । ଶେଷ ଦୁଇ ରାଉଣ୍ଡରେ ଫଳାଫଳ ନବାହାରିଲେ ଫାଷ୍ଟର ଟାଇମ୍ କଣ୍ଟ୍ରୋଲରେ ରେଜଲ୍ଟ ବାହାରିବ । ତେବେ ଏହା ପୂର୍ବରୁ ଦୁନିଆର ଅନ୍ୟତମ ମହାନ ଚେସ୍ ଖେଳାଳି ମାଗନସ କାର୍ଲସେନ ଏକ ବଡ଼ ବୟାନ ଦେଇଛନ୍ତି । ୱାର୍ଲଡ ଚେସ୍ ଚାମ୍ପିଅନଶିପରେ ଡି ଗୁକେଶ ଏବଂ ଡିଙ୍ଗ ଲିରେନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ବୋଲି କହିଛନ୍ତି ।୫ ଥର ବିଶ୍ୱ ଚେସ୍ ଚାମ୍ପିଅନଶିପ୍ ଜିତିଥିବା କାର୍ଲସନ କହିଛନ୍ତି ଯେ ଦୁହିଙ୍କ ଖେଳକୁ ଦେଖିଲେ ଏହା ବିଶ୍ୱ ଚେସ୍ ଚାମ୍ପିଅନଶିପ ସ୍ତରର ବୋଲି ଅନୁଭବ ହେଉ ନାହିଁ । କାର୍ଲସେନ କହିଛନ୍ତି, 'ମ୍ୟାଚ୍‌କୁ ଦେଖିଲେ ବିଶ୍ୱ ଚେସ୍ ଚାମ୍ପିଅନଶିପ ପାଇଁ ଲଢେଇ କରୁଥିବା ପ୍ରତିଯୋଗୀଙ୍କ ଖେଳ ପରି ଅନୁଭବ ହେଉ ନାହିଁ । ଓପନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କିମ୍ୱା ତୃତୀୟ ରାଉଣ୍ଡ ମ୍ୟାଚ୍ ପରି ଅନୁଭବ ହେଉଛି ।' Take Take Take app ପଡକାଷ୍ଟରେ କାର୍ଲସେନ ଏହା କହିଛନ୍ତି ।୧୮ ବର୍ଷୀୟ ଗୁକେଶ ରବିବାର ୧୧ତମ ରାଉଣ୍ଡରେ ବିଜୟୀ ହୋଇ ଗୋଟିଏ ଅଙ୍କ ଲିଡ୍ ନେଇଥିଲେ, କିନ୍ତୁ ଲିରେନ ପୁଣିଥରେ କମବ୍ୟାକ୍ କରିଥିଲେ

ଗୁକେଶ ଏବଂ ଲିରେନଙ୍କ ପ୍ରଦର୍ଶନରେ କାର୍ଲସେନ ନିରାଶ, କହିଲେ-ଦୁହିଁଙ୍କ ଖେଳକୁ ଦେଖିଲେ ଲାଗୁନି...

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ଏବଂ ଡିଫେଣ୍ଡିଂ ଚାମ୍ପିୟନ ଡିଙ୍ଗ ଲିରେନଙ୍କ ମଧ୍ୟରେ ବିଶ୍ୱ ଚେସ୍ ଚାମ୍ପିଅନଶିପ ଖେଳାଯାଉଛି । ଦୁହିଁଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ରାଉଣ୍ଡ ଖେଳ ସରିଛି । ଦୁହେଁ ୬-୬ ପଏଣ୍ଟରେ ବରାବର ଅଛନ୍ତି । ପ୍ରଥମେ ୭.୫ ପଏଣ୍ଟ ହାସଲ କରିବା ଖେଳାଳି ବିଜେତା ହେବେ । ଶେଷ ଦୁଇ ରାଉଣ୍ଡରେ ଫଳାଫଳ ନବାହାରିଲେ ଫାଷ୍ଟର ଟାଇମ୍ କଣ୍ଟ୍ରୋଲରେ ରେଜଲ୍ଟ ବାହାରିବ । ତେବେ ଏହା ପୂର୍ବରୁ ଦୁନିଆର ଅନ୍ୟତମ ମହାନ ଚେସ୍ ଖେଳାଳି ମାଗନସ କାର୍ଲସେନ ଏକ ବଡ଼ ବୟାନ ଦେଇଛନ୍ତି । ୱାର୍ଲଡ ଚେସ୍ ଚାମ୍ପିଅନଶିପରେ ଡି ଗୁକେଶ ଏବଂ ଡିଙ୍ଗ ଲିରେନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ବୋଲି କହିଛନ୍ତି ।

୫ ଥର ବିଶ୍ୱ ଚେସ୍ ଚାମ୍ପିଅନଶିପ୍ ଜିତିଥିବା କାର୍ଲସନ କହିଛନ୍ତି ଯେ ଦୁହିଙ୍କ ଖେଳକୁ ଦେଖିଲେ ଏହା ବିଶ୍ୱ ଚେସ୍ ଚାମ୍ପିଅନଶିପ ସ୍ତରର ବୋଲି ଅନୁଭବ ହେଉ ନାହିଁ । କାର୍ଲସେନ କହିଛନ୍ତି, 'ମ୍ୟାଚ୍‌କୁ ଦେଖିଲେ ବିଶ୍ୱ ଚେସ୍ ଚାମ୍ପିଅନଶିପ ପାଇଁ ଲଢେଇ କରୁଥିବା ପ୍ରତିଯୋଗୀଙ୍କ ଖେଳ ପରି ଅନୁଭବ ହେଉ ନାହିଁ । ଓପନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କିମ୍ୱା ତୃତୀୟ ରାଉଣ୍ଡ ମ୍ୟାଚ୍ ପରି ଅନୁଭବ ହେଉଛି ।' Take Take Take app ପଡକାଷ୍ଟରେ କାର୍ଲସେନ ଏହା କହିଛନ୍ତି ।

୧୮ ବର୍ଷୀୟ ଗୁକେଶ ରବିବାର ୧୧ତମ ରାଉଣ୍ଡରେ ବିଜୟୀ ହୋଇ ଗୋଟିଏ ଅଙ୍କ ଲିଡ୍ ନେଇଥିଲେ, କିନ୍ତୁ ଲିରେନ ପୁଣିଥରେ କମବ୍ୟାକ୍ କରିଥିଲେ । ଗୁକେଶ ଏବଂ ଲିରେନଙ୍କ ମଧ୍ୟରେ ଲଗାତାର ସାତ ମ୍ୟାଚ୍ ଡ୍ର ରହିବା ପରେ ୧୧ତମ ରାଉଣ୍ଡରେ ରେଜଲ୍ଟ ବାହାରିଥିଲା । ଲଗାତାର ଦୁଇ ରାଉଣ୍ଡରେ ରେଜଲ୍ଟ ବାହାରିଛି । ରବିବାର ଗୁକେଶ ଜିତିଥିବା ବେଳେ ସୋମବାର ଲିରେନ ଜିତି ବରାବର କରିଥିଲେ । ଗୁକେଶ ଏବଂ ଲିରେନଙ୍କ ମଧ୍ୟରେ ୧୪ ରାଉଣ୍ଡର କ୍ଲାସିକାଲ ଗେମ୍‌ରେ ଏବେ ଦୁଇଟି ମୁକାବିଲା ବଳକା ରହିଛି । 

ବିଶ୍ୱ ଚେସ୍ ଚାମ୍ପିୟନଶିପରେ ପ୍ରଥମେ ୭.୫ ଅଙ୍କ ହାସଲ କରିଥିବା ଖେଳାଳି ବିଜେତା ହେବେ । ଦୁଇ ଖେଳାଳି ବିଜୟଠାରୁ ୧.୫ ଅଙ୍କ ଦୂରରେ ଅଛନ୍ତି । ଯଦି ବଳକା ଥିବା ଅନ୍ୟ ଦୁଇ ରାଉଣ୍ଡ ଡ୍ର' ଯାଏ, ତେବେ ଫାଷ୍ଟର ଟାଇମ୍ କଣ୍ଟ୍ରୋଲ ଜରିଆରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ମଙ୍ଗଳବାର ବିଶ୍ରାମ ଦିନ ଥିବା ବେଳେ ବୁଧବାର ୧୩ତମ ଏବଂ ଗୁରୁବାର ୧୪ତମ ତଥା ଅନ୍ତିମ ରାଉଣ୍ଡ ଖେଳାଯିବ । ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ ୨.୫ ମିଲିୟନ ଡଲାର ଭାରତୀୟ ମୁଦ୍ରାରେ ୨୦.୮ କୋଟି ଟଙ୍କା ମିଳିବ ।