ଗୁଗଲ ଉପରେ ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା, ବିଶ୍ୱ ଜିଡିପି ଠାରୁ ଅଧିକ

ଜୋରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜୋରିମାନା ରୁଷର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି।

ଗୁଗଲ ଉପରେ ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା, ବିଶ୍ୱ ଜିଡିପି ଠାରୁ ଅଧିକ

ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜୋରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ରୁଷ ପକ୍ଷରୁ ଗୁଗଲ ଉପରେ ଏହି ଅଦ୍ଭୂତ ପୂର୍ବ ପରିମାଣର ଜୋରିମାନା ଲଗା ଯାଇଛି।

ଜୋରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜୋରିମାନା ରୁଷର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି। ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜୋରିମାନା ଲାଗୁ କରାଯାଇଛି। ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗୁଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ। ଯୁଦ୍ଧ ସମ୍ପର୍କରେ ରୁଷ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବ ସ୍ଥାନ ଦେଉ ନଥିଲା।

କହିବାକୁ ଗଲେ ୟୁଟ୍ୟୁବରେ ରୁଷ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ରୁଷ କୋର୍ଟରେ ଗୋଟିଏ ମାମଲା ହୋଇଥିଲା।ଏହାର ଶୁଣାଣି କରି ରୁଷର ଗୋଟିଏ କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର (୨ରେ ୩୪ଟି ଶୂନ) ପରିମାଣ ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି।

କୋର୍ଟ କହିଛନ୍ତି ଯେ ୟୁଟ୍ୟୁବରେ ରୁଷ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ଅବରୋଧ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି। ଏହା ବ୍ୟତୀତ ଗୁଗୁଲକୁ ଏହି ଚ୍ୟାନେଲଗୁଡ଼ିକ ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ଲାଟଫର୍ମ ନଅ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ, ଜୋରିମାନା ରାଶିକୁ ପ୍ରତିଦିନ ବଢ଼ାଯିବ। ପ୍ରତିଦିନ ଗୁଗଲ ଉପରେ ୧୨୦୦ ଡଲାର ଲେଖାଏ ଜୋରିମାନା ଲାଗି ଚାଲିଥିବ। 

ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା। ୟୁଟ୍ୟୁବ୍ ପକ୍ଷରୁ ଆରଟି ଓ ସ୍ପୁଟ୍ନିକ୍ ସମେତ ରୁଷର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ରୁଷ ମାମଲା ରୁଜୁ କରିଥିଲା। ଏବେ ଏହାର ରାୟ ସାମ୍ନାକୁ ଆସିଛି।