ଗୁଗୁଲ୍ ସର୍ଚ୍ଚରେ 'ବ୍ଲୁ ଟିକ୍', ନକଲି ସାଇଟ୍ ଉପରେ ଲାଗିବ ପ୍ରତିବନ୍ଧକ ! ଜାଣନ୍ତୁ…
ନୂଆଦିଲ୍ଲୀ ୦୭।୧୦ : ସମସ୍ତେ ନିଶ୍ଚିତ ଭାବେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ 'ବ୍ଲୁ ଟିକ୍'ଦେଖିଥିବେ, ଯେପରିକି X , ଇନଷ୍ଟାଗ୍ରାମ, ହ୍ବାଟସ୍ ଆପ୍ ଏବଂ ଫେସବୁକ୍ ଇତ୍ୟାଦି । ବର୍ତ୍ତମାନ ଖୁବଶୀଘ୍ର ଗୁଗୁଲରେ ଏହି ଫିଚର୍ ଆଡ୍ ହେବ। କିଛି ଖୋଜିବାବେଳେ ଦେଖାଯିବ ବ୍ଲୁ ଟିକ୍ । ଏଥିପାଇଁ କମ୍ପାନୀ ଏକ ନୂତନ ଫିଚର୍ ଟେଷ୍ଟ କରୁଛି । ଯେତେବେଳେ ଆପଣ ଗୁଗୁଲରେ କିଛି ଖୋଜନ୍ତି, ସେତେବେଳେ ଅନେକ ରେଜର୍ଲ ଆସିଥାଏ । ଏହି ସମୟରେ କମ୍ପାନୀର ନାଁ ସାମ୍ନାରେ 'ବ୍ଲୁ ଟିକ୍' ନଜର ଆସିବ । ତେବେ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ଠକେଇ ୱେବସାଇଟକୁ ରୋକିବା ପାଇଁ ଏହି ପଦକ୍ଷେପ ନେଉଛି। ଫ୍ରଡ୍ ୱେବସାଇଟ୍ ହେତୁ ଭୁଲ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚେ, ଯେଉଁ କାରଣରୁ ଗୁଗୁଲର ପ୍ରତିଷ୍ଠା ମଧ୍ୟ ନଷ୍ଟ ହୋଇଥାଏ । ସ୍କାମ ଏବଂ ଫ୍ରଡ୍ କଣ୍ଟେଣ୍ଟର ସନ୍ଧାନ ଲଗାଇବା ପାଇଁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଅଟୋମେଟେଡ୍ ସିଷ୍ଟମ ବ୍ୟବହାର କରୁଛି । ତେବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ବ୍ଲୁ ଟିକ୍ ସମସ୍ତଙ୍କ ପାଇଁ ରିଲିଜ୍ ହୋଇନି । କେବଳ କିଛି ମନୋନୀତ ବ୍ୟକ୍ତିମାନେ ଏହି ଫିଚର ଆସିଛି । ଆଗକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଆସିବ ଏହି ଫିଚର ।
ନୂଆଦିଲ୍ଲୀ ୦୭।୧୦ : ସମସ୍ତେ ନିଶ୍ଚିତ ଭାବେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ 'ବ୍ଲୁ ଟିକ୍'ଦେଖିଥିବେ, ଯେପରିକି X , ଇନଷ୍ଟାଗ୍ରାମ, ହ୍ବାଟସ୍ ଆପ୍ ଏବଂ ଫେସବୁକ୍ ଇତ୍ୟାଦି । ବର୍ତ୍ତମାନ ଖୁବଶୀଘ୍ର ଗୁଗୁଲରେ ଏହି ଫିଚର୍ ଆଡ୍ ହେବ। କିଛି ଖୋଜିବାବେଳେ ଦେଖାଯିବ ବ୍ଲୁ ଟିକ୍ । ଏଥିପାଇଁ କମ୍ପାନୀ ଏକ ନୂତନ ଫିଚର୍ ଟେଷ୍ଟ କରୁଛି ।

ଯେତେବେଳେ ଆପଣ ଗୁଗୁଲରେ କିଛି ଖୋଜନ୍ତି, ସେତେବେଳେ ଅନେକ ରେଜର୍ଲ ଆସିଥାଏ । ଏହି ସମୟରେ କମ୍ପାନୀର ନାଁ ସାମ୍ନାରେ 'ବ୍ଲୁ ଟିକ୍' ନଜର ଆସିବ । ତେବେ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ଠକେଇ ୱେବସାଇଟକୁ ରୋକିବା ପାଇଁ ଏହି ପଦକ୍ଷେପ ନେଉଛି। ଫ୍ରଡ୍ ୱେବସାଇଟ୍ ହେତୁ ଭୁଲ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚେ, ଯେଉଁ କାରଣରୁ ଗୁଗୁଲର ପ୍ରତିଷ୍ଠା ମଧ୍ୟ ନଷ୍ଟ ହୋଇଥାଏ ।

ସ୍କାମ ଏବଂ ଫ୍ରଡ୍ କଣ୍ଟେଣ୍ଟର ସନ୍ଧାନ ଲଗାଇବା ପାଇଁ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଅଟୋମେଟେଡ୍ ସିଷ୍ଟମ ବ୍ୟବହାର କରୁଛି । ତେବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ବ୍ଲୁ ଟିକ୍ ସମସ୍ତଙ୍କ ପାଇଁ ରିଲିଜ୍ ହୋଇନି । କେବଳ କିଛି ମନୋନୀତ ବ୍ୟକ୍ତିମାନେ ଏହି ଫିଚର ଆସିଛି । ଆଗକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଆସିବ ଏହି ଫିଚର ।