ଗୁଜରାଟ କଚ୍ଛ ଉପକୂଳରୁ ଜବତ ହେଲା ୧୩୦ କୋଟି ଟଙ୍କାର କୋକେନ
ନୂଆଦିଲ୍ଲୀ: ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୩ ବସ୍ତା କୋକେନ୍ । ଯାହାର ମୂଲ୍ୟ ୧୩୦ କୋଟିରୁ ଅଧିକ। ବୁଧବାର, ଏସଓଜି ଗ୍ରୁପ୍ ଏବଂ ଗୁଜରାଟ ଏଟିଏସର ମିଳିତ ଭାବରେ ଏହି ରେଡ୍ କରିଯାଇଥିଲା। ଯେଉଁଥିରେ ଏହି କୋକେନ ଜବତ ହୋଇଛି।ସୂଚନା ଅନୁଯାୟୀ, ଚୋରାଚାଲାଣକାରୀ ଏହି କୋକେନ୍କୁ ଗାନ୍ଧୀଧାମର ମିଠି ରୋହର ଗାଁ ନିକଟରେ ଏକ ଉପକୂଳିଆ ଅଞ୍ଚଳରେ ଲୁଚାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସବୁ କୋକେନ୍କୁ ସମୁଦ୍ର ଉପକୂଳ ଅଞ୍ଚଳରେ ଏଥିପାଇଁ ଲୁଚାଯାଇଥିଲା ଯେପରି ଏହା ସହଜରେ ଧରାନପଡ଼ିବ। କଚ୍ଛ-ଇଷ୍ଟ ଡିଭିଜନର ପୋଲିସ ସୁପରିଟେଣ୍ଡେଣ୍ଟ ସାଗର ବାଗମାର କହିଛନ୍ତି, ଏହା ବିଗତ ଆଠ ମାସରେ ଦ୍ବିତୀୟ ଥରେ ଯେତେବେଳେ ଏଭଳି ବଡ଼ ଧରଣର ଡଗ୍ର୍ସ ଜବତ ହୋଇଛି। ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ୮୦ ପ୍ୟାକେଟ କୋକେନ ଜବତ କରିଥିଲା। ଯାହାର ଦାମ୍ ୮୦୦ କୋଟି ରହିଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ଅଜଣାବ୍ୟକ୍ତିଙ୍କ ନାଁରେ।
ନୂଆଦିଲ୍ଲୀ: ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୩ ବସ୍ତା କୋକେନ୍ । ଯାହାର ମୂଲ୍ୟ ୧୩୦ କୋଟିରୁ ଅଧିକ। ବୁଧବାର, ଏସଓଜି ଗ୍ରୁପ୍ ଏବଂ ଗୁଜରାଟ ଏଟିଏସର ମିଳିତ ଭାବରେ ଏହି ରେଡ୍ କରିଯାଇଥିଲା। ଯେଉଁଥିରେ ଏହି କୋକେନ ଜବତ ହୋଇଛି।
ସୂଚନା ଅନୁଯାୟୀ, ଚୋରାଚାଲାଣକାରୀ ଏହି କୋକେନ୍କୁ ଗାନ୍ଧୀଧାମର ମିଠି ରୋହର ଗାଁ ନିକଟରେ ଏକ ଉପକୂଳିଆ ଅଞ୍ଚଳରେ ଲୁଚାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସବୁ କୋକେନ୍କୁ ସମୁଦ୍ର ଉପକୂଳ ଅଞ୍ଚଳରେ ଏଥିପାଇଁ ଲୁଚାଯାଇଥିଲା ଯେପରି ଏହା ସହଜରେ ଧରାନପଡ଼ିବ।
କଚ୍ଛ-ଇଷ୍ଟ ଡିଭିଜନର ପୋଲିସ ସୁପରିଟେଣ୍ଡେଣ୍ଟ ସାଗର ବାଗମାର କହିଛନ୍ତି, ଏହା ବିଗତ ଆଠ ମାସରେ ଦ୍ବିତୀୟ ଥରେ ଯେତେବେଳେ ଏଭଳି ବଡ଼ ଧରଣର ଡଗ୍ର୍ସ ଜବତ ହୋଇଛି। ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ୮୦ ପ୍ୟାକେଟ କୋକେନ ଜବତ କରିଥିଲା। ଯାହାର ଦାମ୍ ୮୦୦ କୋଟି ରହିଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ଅଜଣାବ୍ୟକ୍ତିଙ୍କ ନାଁରେ।